ଭୁବନେଶ୍ବର: ଐତିହାସିକ କଟକ ବାଲିଯାତ୍ରାରେ ଓଡ଼ିଶାର ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ଷ୍ଟାର୍ କିରଣର ଷ୍ଟଲ ତଳ ପଡ଼ିଆରେ ପ୍ଲଟ ନମ୍ବର ଏଲପି-୧୮, ୧୯ ,୨୦ ରେ ‌ଖୋଲାଯାଇଛି। ଲୋକମାନଙ୍କ ମନୋରଞ୍ଜନ ପାଇଁ ଆରମ୍ଭ ହୋଇଥିବା ଏହି ଷ୍ଟଲକୁ ଷ୍ଟାର୍ ଜଲ୍‌ସା ଓ ଷ୍ଟାର୍ କିରଣର ବ୍ୟବସାୟିକ ମୁଖ୍ୟ ଅଭିଷେକ ମଣ୍ଡଳ ଉଦ୍‌ଘାଟନ କରିଛନ୍ତି। ନଭେମ୍ବର ୧୬ ତାରିଖ ଯାଏ ପ୍ରତ୍ୟେକ ସନ୍ଧ୍ୟାରେ ଷ୍ଟାର୍ କିରଣ ଷ୍ଟଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବ।

Advertisment

ଏଥିରେ ଦର୍ଶକମାନେ ଭାଗ ନେଇ ଅନେକ ପୁରସ୍କାର ଜିତିପାରିବେ ଓ ଷ୍ଟାର୍ କିରଣରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକର କଳାକାରମାନଙ୍କ ସହିତ ମିଶିବାର ସୁଯୋଗ ପାଇପାରିବେ। ପ୍ରଥମଥର ପାଇଁ ବାଲିଯାତ୍ରାରେ ଷ୍ଟାର୍ କିରଣ ଷ୍ଟଲରେ ୩୬୦ ଡିଗ୍ରି ବୁଲିପାରୁଥିବା ସେଲ୍ଫି ବୁଥ୍ ଲଗାଯାଇଛି।