ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ଆଜି ରବୀନ୍ଦ୍ର ମଣ୍ଡପରେ ଉଦ୍ଘାଟିତ ହୋଇଯାଇଛି। ଦୁଇ ଦିନ ଧରି ହେବାକୁ ଥିବା ଏହି ମହୋତ୍ସବକୁ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା,ଏସ୍ସିଏସ୍ଟିଆର୍ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା, ଓଡ଼ିଶା ଆଦିମ ଜନଜାତି ସଶକ୍ତୀକରଣ ଓ ଜୀବିକା ଉନ୍ନୟନ ପ୍ରକଳ୍ପର ନିର୍ଦ୍ଦେଶକ ପି. ଅର୍ଥନାରୀ, ବିଭାଗୀୟ ନିର୍ଦ୍ଦେଶିକା ଗୁହାପୁନମ ତାପସ କୁମାର ପ୍ରମୁଖ ଉଦ୍ଘାଟନ କରିଥିଲେ। ଆଜି ପ୍ରଥମ ଦିନରେ ୮ଟି ଆଦିବାସୀ ନୃତ୍ୟ ପରିବେଷିତ ହୋଇଥିଲା।
ବଣ୍ଡା ଜନଜାତିଙ୍କ ଚଇତି ନୃତ୍ୟ, କୋଟିଆ କନ୍ଧଙ୍କ ଢାପ ନୃତ୍ୟ, ଡଙ୍ଗରିଆ ଜନଙ୍କ ବେଜୁନି ନୃତ୍ୟ, ଲାଞ୍ଜିଆ ସଉରାଙ୍କ କାନ୍ଦୁଲ ନୂଆ ନୃତ୍ୟ, ଚୁକୁଟିଆ ଭୁଞ୍ଜିଆଙ୍କ ନୂଆଖାଇ ନୃତ୍ୟ, ମାଙ୍କିଡ଼ିଆ ଜନଜାତିଙ୍କ ମାଘ ପରବ ନୃତ୍ୟ, ପାଉଡ଼ି ଭୂୟାଁଙ୍କ ବିହା ନୃତ୍ୟ, ଦିଦାୟୀ ଜନଜାତିଙ୍କ ଢେମ୍ସା ନୃତ୍ୟ ପରିବେଷିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/30-15.jpg)