ଭୁବନେଶ୍ବର: ରବୀନ୍ଦ୍ର ମଣ୍ଡପରେ ସଭା, ସମିତି ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁଛି। ସିନେମା ହଲ୍ ବି ୫୦ ପ୍ରତିଶତ ଦର୍ଶକରେ ଖୋଲୁଛି। ସେଠି କରୋନା ବ୍ୟାପିବାର ଆଶଙ୍କା ନାହିଁ। କିନ୍ତୁ ଗ୍ରନ୍ଥାଗାରକୁ ପଢ଼ିବାକୁ ଆସିଲେ, କରୋନା ବ୍ୟାପିବାର ଭୟ ଅଛି। ଏଇ ମାସରେ ଆମର ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ଥିବା ବେଳେ ବିନା କୌଣସି ଆଗୁଆ ସୂଚନାରେ ଗ୍ରନ୍ଥାଗାରକୁ ଜାନୁଆରି ୩୧ ତାରିଖ ଯାଏ ବନ୍ଦ କରି ଦିଆଯାଇଛି। ତେଣୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନ ବଦଳାଇଲେ, ଫାଟକ ସାମ୍ନାରେ ଏମିତି ଶାନ୍ତିପୂର୍ଣ୍ଣ ଉପାୟରେ ଧାରଣାରେ ବସିବୁ। ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରକୁ ପଢ଼ିବାକୁ ଆସୁଥିବା ବହୁ ଛାତ୍ରଛାତ୍ରୀ ଆଜି ଏମିତି ଅଭିଯୋଗ କରି ଗ୍ରନ୍ଥାଗାର ମୁଖ୍ୟ ଫାଟକ ନିକଟରେ ନିଆରା ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନେ ଫାଟକ ଦୁଇକଡ଼େ ମାଟିରେ ବସି ପାଠ ପଢ଼ିଥିଲେ। ଏହାକୁ ନେଇ ଅପ୍ରୀତିକର ପରିସ୍ଥିତି ଉପୁଜିବାରୁ ଆସନ୍ତା ଶନିବାରଠାରୁ ଗ୍ରନ୍ଥାଗାର ପୁନଃ ଖୋଲିବ ବୋଲି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଓହରି ଯାଇଥିଲେ। ତେବେ ଗ୍ରନ୍ଥାଗାର ଖୋଲିବା ଓ ବନ୍ଦ ହେବା ସମୟରେ ପରିବର୍ତ୍ତନ କରାଯାଇଥିବା ଜଣାଯାଇଛି। ପୂର୍ବରୁ ଏହା ସକାଳ ୮ଟାରୁ ରାତି ୮ଟା ଯାଏ ଖୋଲୁଥିବା ବେଳେ ଶନିବାରଠାରୁ ସକାଳ ୮ଟାରୁ ଅପରାହ୍ଣ ୨ଟା ଯାଏ ଖୋଲିବ ବୋଲି ସୂଚନା ମିଳିଛି।
ବିନା ସୂଚନାରେ ରାଜ୍ୟ ଗ୍ରନ୍ଥାଗାର ବନ୍ଦ, ଫାଟକ ଆଗରେ ପଢ଼ିଲେ ଛାତ୍ରଛାତ୍ରୀ
/sambad/media/post_attachments/wp-content/uploads/2022/01/654dgh654ad56gdagagda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)