ଭୁବନେଶ୍ବର: ବିଶିଷ୍ଟ ଲେଖକ ଡ. ରଜନୀ ରଂଜନଙ୍କ ଲିଖିତ କ୍ଷୁଦ୍ରଗଳ୍ପ ପୁସ୍ତକ ‘ମୁହୂର୍ତ୍ତର ମାନଚିତ୍ର’ ଆଜି ବିଶିଷ୍ଟ ଅତିଥିମାନଙ୍କ ଦ୍ବାରା ଉତ୍ତରା ଛକସ୍ଥିତ ସରଦେଇପୁରସ୍ଥିତ ଡାକବଙ୍ଗଳରେ ଲୋକାର୍ପିତ ହୋଇଯାଇଛି। ବାଲିଅନ୍ତା ପ୍ରେସ୍ କ୍ଲବ୍ ପକ୍ଷରୁ ଆୟୋଜିତ ଏହି ସଭାରେ ବରିଷ୍ଠ ସାମ୍ବାଦିକ ସୋମନାଥ ସ୍ବାଇଁ ଅଧ୍ୟକ୍ଷତା କରିଥିଲେ। ବିଶିଷ୍ଟ ଗାଳ୍ପିକ ଅଧ୍ୟାପକ ବିଶ୍ବରଂଜନ ମୁଖ୍ୟ ଅତିଥି, ଡ. ଅଜୟ ସ୍ବାଇଁ ମୁଖ୍ୟବକ୍ତା ଏବଂ ପ୍ରଶାସକ ମାନସ ରଂଜନ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକ ଉପରେ ଆଲୋକପାତ କରିଥିଲେ। କବି ବିପିନ୍ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ କବି ପୂର୍ଣ୍ଣ ମହାରଣା, ଦିଲୀପ ଓଝା, ବଙ୍କିମ ନାୟକ, ଅରୁଣ ମହାନ୍ତି, ରମାକାନ୍ତ ଗୋଚ୍ଛାୟତ, ବିଦ୍ୟାଧର ଗୁରୁ ଓ ବହୁ ସାହିତ୍ୟିକ ତଥା ସାମ୍ବାଦିକ ଯୋଗ ଦେଇଥିଲେ। ପ୍ରକାଶନୀ ସଂସ୍ଥା ‘ପକ୍ଷୀଘର’ର ପ୍ରକାଶକ ବନୋଜ ତ୍ରିପାଠୀ ସଭାରେ ଉପସ୍ଥିତ ଥିଲେ। ବାଲିପାଟଣା ପ୍ରେସ୍ କ୍ଲବର ବରିଷ୍ଠ ସଦସ୍ୟ ଅଭିମନ୍ୟୁ ନାୟକ ଧନ୍ୟବାଦ ଦେଇଥିଲେ।
ଗଳ୍ପ ପୁସ୍ତକ ‘ମୁହୂର୍ତ୍ତର ମାନଚିତ୍ର’ ଲୋକାର୍ପିତ
/sambad/media/post_attachments/wp-content/uploads/2021/09/5sf64h54sf987sfhsfhsfhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)