କଟକ: ଗତ କିଛିଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ ପ୍ରକ୍ରିୟା ଅବ୍ୟାହତ ରହିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରୁ ୨୧୪ ଟ୍ୟାଙ୍କ‌ର୍‌ରେ ୩୯୬୪.୫୪୨ ଟନ୍‌ ଅମ୍ଳଜାନ ଯୋଗାଣ ହୋଇ। ଅନୁଗୁଳ, ଢେଙ୍କାନାଳ, ରାଉରକେଲା ଓ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣାକୁ ଅମ୍ଳଜାନ ପଠାଯାଇଛି। ଅମ୍ଳଜାନ ‌ନେଇଯାଉଥିବା ଟ୍ୟାଙ୍କର୍‌ ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ସ୍ବତନ୍ତ୍ର କରିଡର୍‌ କରାଯାଇଛି।

Advertisment

ଅନୁଗୁଳ ଜିଲ୍ଲାରୁ ୨୬ଟି ଟ୍ୟାଙ୍କର ଯୋଗେ ୪୨୫.୦୨ ଟନ୍, ଢେଙ୍କାନାଳ ଜିଲ୍ଲାରୁ ୪୬ଟି ଟ୍ୟାଙ୍କର୍‌ ଯୋଗେ ୭୨୯.୨୫ ଟନ୍, ଯାଜପୁର ଜିଲ୍ଲାରୁ ୬୦ଟି ଟ୍ୟାଙ୍କର ଯୋଗେ ୧୨୩୯.୫୭ଟନ୍ ଓ ରାଉରକେଲାରୁ ୮୨ଟି ଟ୍ୟାଙ୍କର ଯୋଗେ ୧୫୭୦.୭୦୨ ଟନ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ଯୋଗାଣ କରାଯାଇଛି। ମୋଟ ୬୪ ଟ୍ୟାଙ୍କର୍‌ରେ ଆନ୍ଧ୍ରପ୍ରଦେଶକୁ ୧୩୪୭.୫୫ ଟନ, ୬୦ଟି ଟ୍ୟାଙ୍କର୍‌ରେ ତେଲେଙ୍ଗାନାକୁ ୧୦୧୨.୪୮୯ ଟନ୍, ତାମିଲନାଡୁକୁ ୫ଟି ଟ୍ୟ‌ାଙ୍କର ଯୋଗେ ୯୮.୫୪ ଟନ୍, ହରିୟାଣାକୁ ୨୨ଟି ଟ୍ୟା‌ଙ୍କରରେ ୪୫୪.୫୯୨ ଟନ୍, ମହାରାଷ୍ଟ୍ରକୁ ୧୨ଟି ଟ୍ୟାଙ୍କରରେ ୧୯୫.୭୬ ଟନ୍, ଛତିଶଗଡ଼କୁ ୧୧ଟି ଟ୍ୟାଙ୍କର୍‌ରେ ୧୬୮.୧୧୦୧ଟନ୍, ଉତ୍ତରପ୍ରଦେଶକୁ ୧୭ଟି ଟ୍ୟାଙ୍କର ଯୋଗେ ୩୦୯.୯୯ ଟନ୍, ମଧ୍ୟପ୍ରଦେଶକୁ ୨୩ଟି ଟ୍ୟାଙ୍କର୍‌ ଯୋଗେ ୩୭୭.୫୨ ଟନ୍ ଅମ୍ଳଜାନ ପଠାଯାଇଛି।