ଭୁବନେଶ୍ବର: ‘ସମ୍ବାଦ’ କର୍ମଚାରୀ ସୁକାନ୍ତ ସେଠଙ୍କ କାର୍(ଓଆର୍ ୦୨ ସି-୧୬୦୦) ଚୋରି ଘଟଣାକୁ ୨୪ଘଣ୍ଟା ପୂରିଥିଲେ ବି କମିସନରେଟ୍ ପୁଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ପାଖରେ ପହଞ୍ଚି ପାରିନାହିଁ। କେବଳ ମାମଲା ରୁଜୁ ଓ ସିସିଟିଭି ଫୁଟେଜ୍ରେ ଘଟଣାକୁ ସୀମିତ ରଖିଛି। ଏହା କମିସନରେଟ୍ ପୁଲିସର ପାରିବାପଣିଆକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି। ବଡ଼ କଥା ହେଉଛି, ଚୋରିର ପ୍ରାୟ ଘଣ୍ଟାକ ପୂର୍ବରୁ ଲୁଟେରା କାର୍ ନିକଟରେ ରେକି କରିଥିଲା। ପ୍ରାୟ ଘଣ୍ଟାଧିକ କାଳ ବୁଲିବା ପରେ ସେଠାରେ ବାଇକ୍ ରଖି ଚୋରି କରିଥିଲା। ଏସବୁର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍ ହୋଇଛି। ମାତ୍ର ପୁଲିସ ପାଇଁ ଲୁଟେରା ଏବେ ବି ଅପହଞ୍ଚ ହୋଇପଡ଼ିଛି। ଶ୍ରୀ ସେଠ୍ଙ୍କ ଏତଲା ମୁତାବକ, ଗତରାତି ପ୍ରାୟ ୨ଟା ୨୮ରେ ଜଣେ ଯୁବକ କାନ୍ଧରେ ବ୍ୟାଗ୍ ପକାଇ କାର୍ ନିକଟକୁ ଆସିଥିଲା। ପରେ ମାଷ୍ଟର କି ସହାୟତାରେ କାର୍ ଡୋର୍ ଖୋଲି ଲୁଟି ନେଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp