ଚୋରା ବାଇକ୍‌ରେ ଲୁଟୁଥିଲେ: ୪ ଲୁଟେରା, ସୁନା ଦୋକାନୀ ଗିରଫ

୧୦ ଲକ୍ଷ ଟଙ୍କାର ସୁନାଚେନ୍, ୩ ବାଇକ୍, ମୋବାଇଲ ଫୋନ୍ ଜବତ

ଭୁବନେଶ୍ବର: ଲୁଟ୍ ମାମଲାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ବ୍ୟବହାର କରୁଥିଲେ ଚୋରା ବାଇକ୍। ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ଲୁଟପାଟ୍ କରୁଥିବା ୪ ଜଣିଆ ଗ୍ୟାଙ୍ଗକୁ ଧରିଛି କମିସନରେଟ ପୁଲିସ। ଲୁଟ୍ ସୁନା କିଣୁଥିବା ଅଭିଯୋଗରେ ଜଣେ ସୁନା ଦୋକାନୀକୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ୨୪ଟି ସୁନାଚେନ୍, ଦୁଇଟି ଆର୍ ୧୫ ବାଇକ୍ ଓ ୨୨୦ ପଲସର ବାଇକ୍, ୫ଟି ମୋବାଇଲ ଫୋନ୍ ଜବତ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧାର ଲକ୍ଷ୍ମଣ ସାହୁ ଓରଫ୍ ନିଖିଲ(୨୩), ସୁଶୀଲ କୁମାର ରଣା ଓରଫ୍ ସିଲୁ(୧୯), ଶାସ୍ତ୍ରୀନଗର ଅଞ୍ଚଳର ପ୍ରଦୀପ ସାହୁ(୧୯) ଓ ନୂଆପଲ୍ଲୀ ବେହେରା ସାହିର ବବୁଲ ସାମନ୍ତରାୟ(୨୫)। ଗିରଫ ସୁନା ଦୋକାନୀ ହେଲା ପୁରୀ ସତ୍ୟବାଦୀ ଅଞ୍ଚଳର ଗୋପୀନାଥ ଦାସ ଓରଫ୍ ବାପି। ପୁଲିସ ସୂଚନା ଅନୁସାରେ, ଏହି ଗ୍ୟାଙ୍ଗ ରାଜଧାନୀର ୧୧ଟି ଥାନା ଅଞ୍ଚଳରୁ ଲୁଟପାଟ କରିଥିଲେ। ଲୁଟ୍ ସୁନାକୁ ସୁନା ଦୋକାନୀ ବାପିକୁ ବିକ୍ରି କରୁଥିଲେ। ଏମାନଙ୍କୁ ପୁଲିସ ଆଚାର୍ଯ୍ୟବିହାରରୁ ପିଛା କରି କଳ୍ପନା ଛକରେ ଧରିଥିଲା।

୨ କୁଖ୍ୟାତ ବାଇକ୍ ଲୁଟେରା ଗିରଫ, ଚେକିଂ ବେଳେ ଧରାପଡ଼ିଲେ; ୮ ବାଇକ୍ ଜବତ

ଅଧା ଦାମରେ କିଣୁଥିଲା ସୁନା ଦୋକାନୀ

ଭୁବନେଶ୍ବର: ଲୁଟ୍ ମାମଲାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ। ବ୍ୟବହାର କରୁଥିଲେ ଚୋରା ବାଇକ୍। ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ଲୁଟପାଟ୍ କରୁଥିବା ୪ ଜଣିଆ ଗ୍ୟାଙ୍ଗକୁ ଧରିଛି କମିସନରେଟ ପୁଲିସ। ଲୁଟ୍ ସୁନା କିଣୁଥିବା ଅଭିଯୋଗରେ ଜଣେ ସୁନା ଦୋକାନୀକୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ୨୪ଟି ସୁନାଚେନ୍, ଦୁଇଟି ଆର୍ ୧୫ ବାଇକ୍ ଓ ୨୨୦ ପଲସର ବାଇକ୍, ୫ଟି ମୋବାଇଲ ଫୋନ୍ ଜବତ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧାର ଲକ୍ଷ୍ମଣ ସାହୁ ଓରଫ୍ ନିଖିଲ(୨୩), ସୁଶୀଲ କୁମାର ରଣା ଓରଫ୍ ସିଲୁ(୧୯), ଶାସ୍ତ୍ରୀନଗର ଅଞ୍ଚଳର ପ୍ରଦୀପ ସାହୁ(୧୯) ଓ ନୂଆପଲ୍ଲୀ ବେହେରା ସାହିର ବବୁଲ ସାମନ୍ତରାୟ(୨୫)। ଗିରଫ ସୁନା ଦୋକାନୀ ହେଲା ପୁରୀ ସତ୍ୟବାଦୀ ଅଞ୍ଚଳର ଗୋପୀନାଥ ଦାସ ଓରଫ୍ ବାପି। ପୁଲିସ ସୂଚନା ଅନୁସାରେ, ଏହି ଗ୍ୟାଙ୍ଗ ରାଜଧାନୀର ୧୧ଟି ଥାନା ଅଞ୍ଚଳରୁ ଲୁଟପାଟ କରିଥିଲେ। ଲୁଟ୍ ସୁନାକୁ ସୁନା ଦୋକାନୀ ବାପିକୁ ବିକ୍ରି କରୁଥିଲେ। ଏମାନଙ୍କୁ ପୁଲିସ ଆଚାର୍ଯ୍ୟବିହାରରୁ ପିଛା କରି କଳ୍ପନା ଛକରେ ଧରିଥିଲା।

ଲୁଟେରା ଗ୍ୟାଙ୍ଗ ସୁନା ଚେନ୍ ଛିଡ଼ାଇବା ପରେ ଲୁଟ୍ ସୁନାକୁ ସତ୍ୟବାଦୀ ଅଞ୍ଚଳର ଗୋପୀନାଥକୁ ବିକ୍ରି କରୁଥିଲେ। ଗୋପୀନାଥ ଲୁଟ୍ ସୁନା କିଣି ତାହାକୁ ତରଳାଉଥିଲା। ବଜାର ଦର ଠାରୁ ଅଧା ଦାମରେ କିଣୁଥିଲା। ଲୁଟେରାଙ୍କ ଠାରୁ ବିପୁଳ ପରିମାଣର ସୁନା କିଣି ବିକ୍ରି କରିସାରିଛି ଗୋପୀନାଥ। କେତେ ସୁନା ଚେନ୍ କିଣିଛି ତାହା ଏଯାଏ ଜାଣିପାରିନି ପୁଲିସ। ଲୁଟ୍ ସୁନାରେ ଅଳଙ୍କାର ତିଆରି କରି ବିକ୍ରି କରୁଥିଲା। କେବଳ ଏହି ଲୁଟେରା ନା ଅନ୍ୟ କାହାଠାରୁ ମଧ୍ୟ କିଣାଯାଇଛି ତାହା ମଧ୍ୟ ଜଣାପଡ଼ି ନାହିଁ।

୨ କୁଖ୍ୟାତ ବାଇକ୍ ଲୁଟେରା ଗିରଫ
ଚେକିଂ ବେଳେ ଧରାପଡ଼ିଲେ; ୮ ବାଇକ୍ ଜବତ
ଭୁବନେଶ୍ବର: ପୁରୀ, ଖୋର୍ଦ୍ଧା, ସମ୍ବଲପୁର ଓ ଭୁବନେଶ୍ବର ଆଦି ଅଞ୍ଚଳରୁ ବାଇକ୍‌ ଚୋରି କରି ଆତଙ୍କ ଖେଳାଇଥିବା ଲୁଟିଆ ଗ୍ୟାଙ୍ଗ୍‌ର ୨ଜଣଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ସେ ଦୁଇଜଣ ହେଲେ ଖୋର୍ଦ୍ଧା ସଦରର ସୌମ୍ୟରଂଜନ ଦାସ(୨୨) ଓରଫ ଶିବ ଏବଂ ମୀନକେତନ ମହାପାତ୍ର(୩୦) ଓରଫ ଦୀପୁ। ପୁଲିସ ଦୀପୁ ଓ ଶିବ ପାଖରୁ ୮ଟି ଚୋରି ବାଇକ୍ ଜବତ କରିଛି। ହେ‌ଲେ ଏହି ଗୋଷ୍ଠୀର ଅନ୍ୟମାନେ ଏବେ ଫେରାର୍ ଥିବା ଜଣାପଡ଼ିଛି।

ଅଫିସ୍ ପାର୍କିଂ, ହସ୍ପିଟାଲ ଓ ଘର ସାମ୍ନାରୁ ବାଇକ୍ ଚୋରି କରୁଥିବା ଏହି ଗ୍ୟାଙ୍ଗ୍‌ ଗତକାଲି ଡୁମୁଡୁମାରେ ନମ୍ବର ବିହୀନ ସବୁଜ ରଙ୍ଗର ବୁଲେଟ୍‌ରେ ବୁଲୁଥିଲେ। ଡୁମୁଡୁମା ଛକରେ ଚେକିଂ କରିବା ସମୟରେ ପୁଲିସ ଧରିଥିଲା। ଏହା ପରେ କାହା ଗାଡ଼ି, କେଉଁଠୁ ଆଣିଛ, ନମ୍ବର ପ୍ଲେଟ୍ କାହିଁକି ଲଗାଯାଇ ନାହିଁ ଆଦି ପ୍ରଶ୍ନ କରିବାରୁ ଏହାର ଉତ୍ତର ଦେଇ ନ ପାରି ସେମାନେ ବୁଲେଟ୍‌ ଚୋରି କରିଥିବା ମାନିଥିଲେ। ଗତ ୩ ତାରିଖରେ ଜାଗମରାରୁ ସେମାନେ ଏହାକୁ ଚୋରି କରିଥିବା ଜଣାପଡ଼ିଥିଲା। ଏନେଇ ଗାଡ଼ି ମାଲିକ ରାକେଶ କୁମାର ମହାନ୍ତି ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଅଧିକ ତନାଘନା ପରେ ଜଣାପଡ଼ିଥିଲା ଯେ ପଶ୍ଚିମ ଓଡ଼ିଶାରୁ ଆରମ୍ଭ କରି ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଏମାନେ ସଂଘବଦ୍ଧ ହୋଇ ଲୁଟ୍‌ପାଟ୍ କରନ୍ତି। ଲୁଟ୍ ଗାଡ଼ିର ଚେସିସ୍ ନମ୍ବରକୁ ଅଦଳବଦଳ କରି ଲୋକଙ୍କୁ ବିକ୍ରି କରନ୍ତି। ଅପରପକ୍ଷରେ ବାଇକ୍ ଜବତ ହେବାର ଗୋଟିଏ ଦିନ ଭିତରେ ଖଣ୍ଡଗିରି ଥାନା ପୁଲିସ ଚୋରି ବାଇକ୍‌ର ଏକାଧିକ ମାଲିକଙ୍କୁ ଯୋଗାଯୋଗ କରି ସେମାନଙ୍କ ବାଇକ୍ ଫେରସ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ସେମାନଙ୍କୁ ବାଇକ୍ ଫେରସ୍ତ କରାଯିବ ବୋଲି ଥାନା ପକ୍ଷରୁ ସୂଚନା ମିଳିଛି।
ଅଲାଜୁକ ଲୁଟେରା…
ବାଇକ୍ ଲୁଟେରା ଗ୍ୟାଙ୍ଗ୍‌ର ଧରାପଡ଼ିଥିବା ଦୁଇ ସଦସ୍ୟ ଶିବ ଓ ଦୀପୁ ଦାମୀ ଓ ଷ୍ଟାଇଲିସ୍ ବାଇକ୍ ଚୋରି କରନ୍ତି। ଲୁଟ୍ କରିବା ପରେ ଗାଡ଼ି ବିକ୍ରି କରିବା ପର୍ଯ୍ୟନ୍ତ ତା’କୁ ଖୁବ୍ ଯତ୍ନର ସହ ରଖନ୍ତି। ଚୋରି ଦାମୀ ବାଇକ୍‌ରେ ବସି ସାମାଜିକ ଗଣମାଧ୍ୟମରେ ଫଟୋ ମଧ୍ୟ ଛାଡ଼ନ୍ତି। ଏପରିକି ଆଜି ଲୁଟିଆ ଦ୍ବୟଙ୍କ ଫଟୋ ଜବତ ଗାଡ଼ି ନିକଟରେ ନିଆଯିବା ବେଳେ ସେମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଭଲ ଫଟୋ ଉଠିଛି କି ନାହିଁ ବୋଲି ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଥାନା କର୍ତ୍ତୃପକ୍ଷ ଅସନ୍ତୋଷ ପ୍ରକାଶ କରିବା ସହିତ ଚୋରି କରି ଭଲ ଫଟୋ ଉଠୁଛି କି ନାହିଁ ବୋଲି କହିବାକୁ କିପରି ଲାଜ ଲାଗୁନାହିଁ ବୋଲି ବର୍ଷିଥିଲେ।

ସମ୍ବନ୍ଧିତ ଖବର