‘ଝୁମୁକା’ ପୂଜାସ˚ଖ୍ୟା ଉନ୍ମୋଚିତ

ଭୁବନେଶ୍ବର: ଶିଶୁ ଓ କିଶୋର ସାହିତ୍ୟ ପତ୍ରିକା ‘ଝୁମୁକା’ର ଶାରଦୀୟ ବିଶେଷାଙ୍କ-୨୦୨୨ ଆଜି ଉନ୍ମୋଚିତ ହୋଇଯାଇଛି। ‘ସମ୍ବାଦ ଭବନ’ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସ˚ପାଦକ ସୌମ୍ୟର˚ଜନ ପଟ୍ଟନାୟକ ପତ୍ରିକାକୁ ଉନ୍ମୋଚନ କରି ଶିଶୁସାହିତ୍ୟର ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ସା˚ପ୍ରତିକ ସମୟରେ ପିଲାଙ୍କ ପାଇଁ ପ୍ରକାଶିତ ହେଉଥିବା ପତ୍ରପତ୍ରିକାରେ ଶିଶୁ-କିଶୋରଙ୍କର ରୁଚି ଓ ଆବଶ୍ୟକତା ଅପେକ୍ଷା ବଡ଼ମାନେ ପିଲାମାନଙ୍କ ପାଇଁ ଯାହା ଚିନ୍ତା କରୁଛନ୍ତି ତାହା ପ୍ରତିଫଳିତ ହେଉଛି। ଆଜିର ଶିଶୁ ଡିଜିଟାଲ୍‌ ଗଣମାଧ୍ୟମ ସହିତ ପରିଚିତ ହେବା ଫଳରେ ସେମାନଙ୍କର ରୁଚିବୋଧରେ ମଧ୍ୟ ଘୋର ପରିବର୍ତ୍ତନ ଆସିଛି। ତେଣୁ ଛାପା ପତ୍ରିକା ସହିତ ସେଗୁଡ଼ିକର ଡିଜିଟାଲ୍‌ ରୂପ େଵବ୍‌ ମାଧ୍ୟମରେ ମଧୢ ଉପଲବ୍ଧ ହେବା ଆବଶ୍ୟକ।

ସଭାପତି ଅଭିଭାଷଣରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ୩୬ ବର୍ଷ ଧରି ‘ଝୁମୁକା’ର ନିରବଚ୍ଛିନ୍ନ ପ୍ରକାଶନ ପାଇଁ ପ୍ରଶ˚ସା କରିଥିଲେ। ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ ଯେ ଆଜି ଜ୍ଞାନକୌଶଳର ବହୁଳ ପ୍ରସାର ଓ ବ୍ୟବହାର ହେତୁ ଶିଶୁ ପାଠକର ଆଗ୍ରହକୁ ନେଇ ସାହିତ୍ୟ ସୃଷ୍ଟି କରାଗଲେ ଆମ ପିଲାମାନେ ପଠନମନସ୍କ ହେବେ। ଏହି ଉନ୍ମୋଚନ ଉତ୍ସବରେ ‘ଝୁମୁକା’ର ସ˚ପାଦକ ମାନସର˚ଜନ ସାମଲ, କେନ୍ଦ୍ର ସାହିତ୍ୟ ଏକାଡେମି ବାଲ୍‌ ସାହିତ୍ୟ ପୁରସ୍କାର ବିଜେତା ଡ. ନରେନ୍ଦ୍ର ପ୍ରସାଦ ଦାସ, ପ୍ରାକ୍ତନ କେନ୍ଦ୍ରାଞ୍ଚଳ ରାଜସ୍ବ କମିସନର ମହେନ୍ଦ୍ର କୁମାର ମଲ୍ଲିକ, ଅଧ୍ୟାପିକା ଡ. ରେଖା ଦାସଙ୍କ ସମେତ ‘ସମ୍ବାଦ’ର ବରିଷ୍ଠ କର୍ମକର୍ତ୍ତା, ଚିତ୍ରଶିଳ୍ପୀ ତନୁଜ ମଲ୍ଲିକ ଉପସ୍ଥିତ ଥିଲେ। ‘କଥା’ର ସହସ˚ପାଦକ କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଦେଇଥିଲେ। ଏହି ବିଶେଷ ସ˚ଖ୍ୟାକୁ ଶାନ୍ତନୁ କୁମାର ଆଚାର୍ଯ୍ୟ, ଗୌରହରି ଦାସ, ଦାଶ ବେନହୁର, ସଙ୍ଗୀତା ରଥ, ସ˚ଘମିତ୍ରା ଭଞ୍ଜ, ଚିରଶ୍ରୀ ଇନ୍ଦ୍ରସି˚, ନିରୁପମା ଆଚାର୍ଯ୍ୟ, ମହେଶ୍ବର ମହାନ୍ତି ପ୍ରମୁଖ ବହୁ ବିଶିଷ୍ଟ ସ୍ରଷ୍ଟା ସମୃଦ୍ଧ କରିଛନ୍ତି।

ସମ୍ବନ୍ଧିତ ଖବର