ଭୁବନେଶ୍ବର: ଦୀପାବଳିରେ ବଡ଼ ପରଦାକୁ ଆସୁଛି ଡିଆର୍ଏସ୍ ଏଣ୍ଟର୍ପ୍ରାଇଜେସ୍ ନିବେଦିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଢ଼େଇ’। ଏହା ପୂର୍ବରୁ ସିନେମାର ଟ୍ରେଲର ଆଜି ମୁକ୍ତିଲାଭ କରିଛି। ଆଦିଲକ୍ଷ୍ମୀ କନ୍ଭେନସନ୍ଠାରେ ଆୟୋଜିତ ଏହି ମୁକ୍ତିଲାଭ ଉତ୍ସବରେ ଚଳଚ୍ଚିତ୍ରର ନିର୍ମାତା, ନିର୍ଦ୍ଦେଶକଙ୍କ ସମେତ କଳାକାର ଓ ଟେକ୍ନିସିଆନ୍ମାନେ ଯୋଗ ଦେଇଥିଲେ। ‘କାଞ୍ଜି ତୋରାଣି..’ ଗୀତରେ କଳାକାରମାନେ ନାଚି ନାଚି ମଞ୍ଚ ଉପରକୁ ଆସିଥିଲେ, ଯାହା ଦର୍ଶକଙ୍କୁ ବେଶ୍ ଆମୋଦିତ କରିଥିଲା।
ଏହି ଚଳଚ୍ଚିତ୍ର ଜରିଆରେ ନବାଗତ ନାୟକ ଲୋହିତାକ୍ଷ ଚଳଚ୍ଚିତ୍ର ଜଗତରେ ପଦାର୍ପଣ କରୁଛନ୍ତି। ଅଶୋକ ପତିଙ୍କ ନିର୍ଦ୍ଦେଶିତ ତଥା ଦେବାଶିଷ ପଟ୍ଟନାୟକଙ୍କ ପ୍ରଯୋଜିତ ‘ଲଢ଼େଇ’ରେ ତାଙ୍କ ବିପକ୍ଷରେ ନାୟିକା ସାଜୁଛନ୍ତି ନବାଗତା ଅଭିଲିପ୍ସା। ଏହି ଚଳଚ୍ଚିତ୍ରଟି ଏକ ବଳିଷ୍ଠ, ମୌଳିକ ଓ ଭିନ୍ନ ଧରଣର କଥାବସ୍ତୁ ଉପରେ ପର୍ଯ୍ୟବସିତ। ଏହାର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ଭରଦ୍ୱାଜ ପଣ୍ଡା। ଦୃଶ୍ୟଗ୍ରହଣରେ ଅଛନ୍ତି କୁଲଡି। ଅନ୍ୟାନ୍ୟ ଚରିତ୍ରରେ ପ୍ରୀତିରଞ୍ଜନ, କେକେ, ବିଭାସ, ଉଦିତ ଗୁରୁ, ସୋମେଶ, ମଧୁ, ସ୍ମିତା ଚୌଧୁରୀ, ମନୋଜ ଦଣ୍ଡପାଟ, ରାଜଲକ୍ଷ୍ମୀ ଡାକୁଆ, ରବି ନାରାୟଣ ବେହେରା, ସୁଶାନ୍ତ, ରାଜଲକ୍ଷ୍ମୀ ମହାପାତ୍ର ଓ ଅଶୋକ ପଟ୍ଟନାୟକ ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଏହାର ସଙ୍ଗୀତ ଦେଇଛନ୍ତି ଗୌରବ ଆନନ୍ଦ ଓ ସୋମେଶ ଶତପଥୀ। ଡ. ନିର୍ମଳ ନାୟକ, ବାପୁ ଗୋସ୍ୱାମୀ ଓ ଜେ. ପି. ୱାର୍ଡସ୍ମିଥଙ୍କ ଦ୍ୱାରା ରଚିତ ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ, ଅସୀମା ପଣ୍ଡା, ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟଂ ପ୍ରଭାସ ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ସୌରଭ ଭରଦ୍ୱାଜ, ଗୌରବ ଆନନ୍ଦ ଓ ସୋମେଶ ଶତପଥୀ। ରାପର ଆଡିକ୍ସନଙ୍କ ଦ୍ୱାରା ଶୀର୍ଷକ ଗୀତରେ ଏକ ଚମତ୍କାର ରାପ୍ମଧ୍ୟ ସଂଯୋଜିତ ହୋଇଛି। ଚଳଚ୍ଚିତ୍ରରେ ସମୁଦାୟ ୪ଟି ଗୀତ ସ୍ଥାନିତ ହୋଇଛି। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଅମିତ। ‘ଲଢେଇ’ ସାରା ଓଡ଼ିଶାରେ ପାଖାପାଖି ୫୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଥିବା ବେଳେ ରାଜ୍ୟ ବାହାରେ ପୁଣେ, ହାଇଦ୍ରାବାଦ ଓ ବେଙ୍ଗାଲୁରୁରେ ମଧ୍ୟ ମୁକ୍ତିଲାଭ କରିବାର ଯୋଜନା ରହିଛି। ବିତରଣ ଦାୟିତ୍ୱ ବହନ କରିଛନ୍ତି ପ୍ରକାଶ ଫିଲ୍ମସ୍। ‘ଲଢେଇ’ ଅକ୍ଟୋବର ୧୭ରେ ମୁକ୍ତିଲାଭ କରୁଥିବା ବେଳେ ପ୍ରଯୋଜନା ସଂସ୍ଥା ଏହାର ସଫଳତାକୁ ନେଇ ବେଶ ଆଶାବାଦୀ ଅଛନ୍ତି।
ମୁକ୍ତିଲାଭ କଲା ‘ଲଢ଼େଇ’ର ଟ୍ରେଲର
ଦୀପାବଳିରେ ବଡ଼ ପରଦାକୁ ଆସୁଛି ଡିଆର୍ଏସ୍ ଏଣ୍ଟର୍ପ୍ରାଇଜେସ୍ ନିବେଦିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଲଢ଼େଇ’। ଏହା ପୂର୍ବରୁ ସିନେମାର ଟ୍ରେଲର ଆଜି ମୁକ୍ତିଲାଭ କରିଛି। ଆଦିଲକ୍ଷ୍ମୀ...
/sambad/media/media_files/2025/10/11/untitled-11-2025-10-11-07-27-32.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)