କମିସନରେଟ୍‌ ପୁଲିସରେ ୨୬ ଅଧିକାରୀଙ୍କ ବଦଳି: କଟକରୁ ଆସିଲେ ୩, ଗଲେ ୨

ଭୁବନେଶ୍ୱର: କମିସନରେଟ୍ ପୁଲିସରେ ଆଡିସନାଲ୍ ଡିସିପି, ଇନ୍ସପେକ୍ଟର ଓ ଅତିରିକ୍ତ ସବ୍‌-ଇନ୍ସପେକ୍ଟର୍‌ସ୍ତରରେ ଅଦଳବଦଳ କରାଯାଇଛି। ଖଣ୍ଡଗିରି ଓ ସହିଦନଗର ଥାନା ଇନ୍‌ସ୍‌ପେକ୍ଟର କଟକ ଯାଇଥିବା ବେଳେ କଟକରୁ ଏହି ଦୁଇ ଥାନାକୁ ନୂଆ ଅଫିସର୍‌ ଆସିଛନ୍ତି। ତାଙ୍କ ସହ ଜଣେ ଏସ୍‌ଆଇ ଭୁବନେଶ୍ବର ଆସିଛନ୍ତି। ଭୁବନେଶ୍ୱରର ମଞ୍ଚେଶ୍ୱର, ମହିଳା, ବାଲିଅନ୍ତା, ବାଲିପାଟଣା, ଜଟଣୀ ଓ ଚନ୍ଦକା ଇନ୍ସକ୍ଟେରଙ୍କ ବଦଳି ହୋଇ ନଥିବା ବେଳେ ଅନ୍ୟ ସବୁ ଥାନାର ଇନ୍ସପେକ୍ଟରଙ୍କୁ ଅଦଳବଦଳ କରାଯାଇଛି। ଦୁଇ ଅତିରିକ୍ତ ଡିସିପିଙ୍କ ସମେତ ୧୭ଇନ୍ସପେକ୍ଟର, ୬ ଏସ୍‌ଆଇ ଓ ଜଣେ ଏସ୍‌ଆଇ; ଏଭଳି ମୋଟ ୨୬ ଜଣଙ୍କୁ ବଦଳି କରାଯାଇଛି।

 

ସମ୍ବନ୍ଧିତ ଖବର