ବିଗ୍ ବଜାର ଛକରେ ଭେଣ୍ଡିଂ ଜୋନ୍ ଉଚ୍ଛେଦ

ଭୁବନେଶ୍ବର: ଆଜି ବିଏମ୍‌ସି ପକ୍ଷରୁ ସତ୍ୟନଗର ବିଗ୍ ବଜାର ଛକସ୍ଥିତ ଭେଣ୍ଡିଂ ଜୋନ୍‌କୁ ଉଚ୍ଛେଦ କରାଯାଇଛି। ବିଏମ୍‌ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ୍‌ ସିଟି ପ୍ରାଇଭେଟ ଲିମିଟେଡ୍‌ର ମିଳିତ ଉଦ୍ୟମରେ ଏହି ଉଚ୍ଛେଦ ପ୍ରକ୍ରିୟା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଓ ଅପରାହ୍ଣ ୩ଟା ରେ ସରିଥିଲା। ୩ଟି ଜେସିବି ମେସିନ୍ ଭଙ୍ଗାରୁଜା କାମରେ ଲାଗିଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସହଯୋଗ କରାଯାଇଥିଲା। କିନ୍ତୁ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିନଥିଲା।

ସୂଚନାଯୋଗ୍ୟ ଉକ୍ତ ଅଞ୍ଚଳରେ ଥିବା ୭୮ଟି ଭେଣ୍ଡିଂ ଜୋନ୍‌ରୁ ୭୩ଟି ଭେଣ୍ଡିଂ ଜୋନ୍‌କୁ ଉଚ୍ଛେଦ କରାଯାଇଛି। ୫ଟି ଭେଣ୍ଡିଂ ଜୋନ୍‌କୁ ନେଇ ହାଇକୋର୍ଟରେ ମାମଲା ଥିବାରୁ ତାହାକୁ ଉଚ୍ଛେଦ କରାଯାଇନାହିଁ। ପୁରୁଣା ଭେଣ୍ଡିଂ ଜୋନ୍ ଉଚ୍ଛେଦ ହେବା ପରେ ସେଠାରେ ସ୍ମାର୍ଟ୍‌ କିଓସ୍କୋ ରଖାଯିବ ବୋଲି ବିଏମ୍‌ସି ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି। ବହୁ ଦୋକାନୀଙ୍କୁ ନୂଆ ସ୍ମାର୍ଟ କିଓସ୍କୋ ମିଳିଯାଇଛି। ପୁରୁଣା ଦୋକାନଗୁଡ଼ିକୁ ଖାଲି କରିବା ପରେ ସେମାନଙ୍କୁ ମଧ୍ୟ ନୂଆ ସ୍ମାର୍ଟ କିଓସ୍କୋ ମିଳିବ ବୋଲି ବୋଲି ଶ୍ରୀ ରଥ କହିଛନ୍ତି। ସ୍କାର୍ଟ ସିଟି ପ୍ରକଳ୍ପ ପାଇଁ ହେବାକୁ ଥିବା ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ଏହି ଉଚ୍ଛେଦ କରାଯାଉଛି।

ସମ୍ବନ୍ଧିତ ଖବର