ବାଲିପାଟଣା: କୁମାର ପୂର୍ଣ୍ଣମୀ ଅବସରରେ ଚାନ୍ଦ ପୂଜା ଓ କୁମାରୀ ବିବାହ ଅନୁଷ୍ଠିତ ହୋଇଯାଇଛି। କୁମାରୀମାନେ ସକାଳୁ ନୂତନ ବସ୍ତ୍ର ପରିଧାନ କରି ଆଞ୍ଜୁଳି ଟେକି ଗୁରୁଜନଙ୍କ ଆଶୀର୍ବାଦ ନେଇଥିଲେ। ସନ୍ଧ୍ୟାରେ ବୃନ୍ଦାବତୀ ମୂଳେ ମୁରୁଜ ପକାଇଥିଲେ। ଲିଆ, ଛେନା, କଦଳୀ, ନଡ଼ିଆ ଓ ଫଳ ଭୋଗ ସହ ଅରୁଆ ଚାଉଳ, ଦୁବ, ଫୁଲ, ଧୂପ, ଦୀପ ପ୍ରଭୃତି ଦେଇ ଚାନ୍ଦ ପୂଜା କରିଥିଲେ।

Advertisment

ସେହିପରି ବିଭିନ୍ନ ସ୍ଥାନରେ କୁମାରୀ ବିବାହ ଓ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ତରଡ଼ପଡା, ତୁରିନ୍ତିରା ଦାମୋଦରପୁର ପ୍ରଭୃତି ସ୍ଥାନରେ ରୀତିନୀତି ଅନୁଯାୟୀ କୁମାରୀ ବିବାହ ଅନୁଷ୍ଠିତ ହୋଇଛି। ବିବାହ ପାଇଁ ବାଜା, ବାଣ ଓ ରୋଶଣିରେ ଗାଁ ପରିବେଶ କମ୍ପିଥିଲା। ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇ ଉଠିଥିଲା। ଅପରପକ୍ଷରେ ସରିପୁର, ମଧୁବନ ଛକ, କୁଳନ୍ତିରା, ବାଗଲପୁର, ବନମାଳିପୁର, ମୁଣ୍ଡହଣା ପାଟଣା, ଗୋଲାମହମ୍ମଦ ପାଟଣା, ଖଇରୀପୁର ପ୍ରଭୃତି ସ୍ଥାନରେ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହେଉଛି।