ପୁଣି ବୁଲିଲା ମାରଣାସ୍ତ୍ର: ବ୍ରାଉନ୍‌ସୁଗାର ଖାଇବା ପାଇଁ ସୁରକ୍ଷାକର୍ମୀଙ୍କୁ କଟୁରିରେ ଆକ୍ରମଣ

ଭୁବନେଶ୍ବର: କେବିଏନ୍‌ ଗ୍ୟାଙ୍ଗ୍‌ର ଛାତିଥରା ଦୃଶ୍ୟ ମନରୁ ଲିଭିନଥିବା ବେଳେ ପୁଣି କିଛି ଅପରାଧୀ ମାରଣାସ୍ତ୍ରରେ ଲୁଟ୍‌ପାଟ୍ କରିଛନ୍ତି। ଏଥର ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ସୁରକ୍ଷା କର୍ମୀ। ସେ ଖଣ୍ଡଗିରି ଜାଗମରା ଛକରେ ଥିବା କେତୁକା କମ୍ପ୍ଲେକ୍ସରେ ସୋମବାର ବିଳମ୍ବିତ ରାତିରେ ଜଗିଥିବା ବେଳେ ୩ରୁ ୪ଜଣ ଦୁର୍ବୃତ ତାଙ୍କୁ ଘେରିଥିଲେ। ଏହା ପରେ ତାଙ୍କୁ ବ୍ରାଉନ୍‌ସୁଗାର ଖାଇବା ପାଇଁ ଟଙ୍କା ମାଗିଥିଲେ। ସେ ଖାଇବା ପାଇଁ ମାତ୍ର ୨ଶହ ଟଙ୍କା ସାଙ୍ଗରେ ଆଣିଥିବା କହି ଟଙ୍କା ନ ନେବାକୁ ନେହୁରା ହୋଇଥିଲେ। ଏତିକିରେ କାହିଁକି ଡେରି କଲୁ କହି ୨ଜଣ ଯୁବକ ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ପକେଟ୍‌ରେ ହାତ ପୂରାଇ ଟଙ୍କା ନେଇଯାଇଥିଲେ। ପଛରେ ଥିବା ଜଣେ ଦୁର୍ବୃତ୍ତ ଏକ କଟୁରି ଆଣି ସୁରକ୍ଷାକର୍ମୀଙ୍କ ପିଠିକୁ ଏକ ଚୋଟ ପକାଇଥିଲା। ଟଙ୍କା ନେଇ ସାରିବା ପରେ ଲୁଟେରାମାନେ ଘଟଣାସ୍ଥଳରୁ ଫେରାର୍ ହୋଇଥିଲେ। ତେବେ ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବା ବେଳେ ଲୋକେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅପରପକ୍ଷରେ ଏନେଇ ବର୍ତ୍ତମାନ ସୁଦ୍ଧା ଖଣ୍ଡଗିରି ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର