ରେଡିଓ ଚକ୍‌ଲେଟ୍‌ର ‘ଘରେ ଘରେ ଦାଣ୍ଡିଆ’ ଏବଂ ‘ଦିୱାଲି’ର ବିଜେତା ଘୋଷଣା

ଭୁବନେଶ୍ୱର : ରେଡିଓ ଚକଲେଟ୍‌ ପକ୍ଷରୁ ଆୟୋଜିତ ‘ଘରେ ଘରେ ଦାଣ୍ଡିଆ’ ଓ ‘ହାପି ଫ୍ୟାମିଲ୍ ହାପି ଦିୱାଲି’ ପ୍ରତିଯୋଗିତାର ବିଜେତାଙ୍କ ନାମ ଘୋଷଣା ହୋଇଛି। ଦୁର୍ଗାପୂଜା ଅବସରରେ ଆୟୋଜିତ ‘ଘରେ ଘରେ ଦାଣ୍ଡିଆ’ ପ୍ରତିଯୋଗିତାରେ ପ୍ରାଚୀ ଯୋଶୀ, ହର୍ଷୁଖ ପଟେଲ, ପୂଜାପୂରବୀ ବହିଦାର, ମନୀଷା ପଣ୍ଡା, ଅନୁଷ୍କା ସାହୁ, ଶାଶ୍ୱତୀ ନାରାୟଣୀ ଆଚାର୍ଯ୍ୟ ଓ ଦୀପ୍ତି, ବିଶ୍ୱ ଚୌଧୁରୀ, ଅଙ୍କିତା ସାହୁ, ସଂଗ୍ରାମ ପାତ୍ର ଏବଂ ସ୍ନେହାଶ୍ରୀ ଓ ସ୍ମୃତିଶ୍ରୀ ବିଜେତା ମନୋନୀତ ହୋଇଛନ୍ତି। ସେହିପରି ଦୀପାବଳି ଅବସରରେ ଆୟୋଜିତ ‘ହାପି ଫ୍ୟାମିଲି ହାପି ଦିୱାଲି’ ପ୍ରତିଯୋଗିତାରେ ଶିଖାରାଣୀ କର, ଜ୍ୟୋତି ଏବଂ ପ୍ରିୟଙ୍କା ଜେନାଙ୍କୁ ବିଜେତା ମନୋନୀତ କରାଯାଇଛି। ଖୁବ୍‌ଶୀଘ୍ର ଦିନ ଧାର୍ଯ୍ୟ ହୋଇ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ରେଡିଓ ଚକଲେଟ୍‌ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ବର୍ଷସାରା ବିଭିନ୍ନ ପର୍ବପର୍ବାଣୀରେ ତଥା ଗୁରୁତ୍ୱପୂର୍ଣ୍ଣ ଦିବସମାନଙ୍କରେ ରେଡିଓ ଚକଲେଟ୍‌ ପକ୍ଷରୁ କିଛି ନା କିଛି ମନଲୋଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ କୋଭିଡ୍‌-୧୯ ଭଳି ମହାମାରୀ ସମୟରେ ରେଡିଓ ଚକ୍‌ଲେଟ୍‌ ଶ୍ରୋତାମାନଙ୍କୁ ନିରାଶ କରିନଥିଲା। ଡିଜିଟାଲ ପ୍ଲାଟ୍‌ଫର୍ମ ମାଧ୍ୟମରେ ଏହି ଦୁଇ ପ୍ରତିଯୋଗିତାର ଆୟୋଜନ କରିଥିଲା। ଶ୍ରୋତାମାନେ ଘରେ ରହି ଦୁଇ ମିନିଟ୍‌ର ଦାଣ୍ଡିଆ ନୃତ୍ୟର ଭିଡିଓ ଏବଂ ରଙ୍ଗୋଲିର ଫଟୋ ରେଡିଓ ଚକଲେଟ୍‌କୁ ପଠାଇଥିଲେ। ସମାଜସେବୀ ରୋଜାଲିନ୍ ପାଟ୍ଟଶାଣୀ, ତୁଷି ମୋଟର୍ସର ମାର୍କେଟିଂ ମ୍ୟାନେଜର ରାଜଶ୍ରୀ ପ୍ରୀୟଦର୍ଶିନୀ, ରିମ୍‌ଲି ଡିଜାଇନିଂର ସ୍ବତ୍ବାଧିକାରୀ ରିମ୍‌ଲି ମହାନ୍ତି, ଇଣ୍ଡଲ୍‌ଜ ଦ ସେଲୁନ୍‌ର ସ୍ବତ୍ବାଧିକାରୀ ସୁକୀର୍ତ୍ତି ପଟ୍ଟନାୟକ ପ୍ରମୁଖ ବିଚାରକ ଭାବେ ଯୋଗ‌ଦେଇ ୫ ଶହରୁ ଊର୍ଧ୍ବ ଦାଣ୍ଡିଆ ଭିଡିଓ ମଧ୍ୟରୁ ଶ୍ରେଷ୍ଠ ୧୦ଜଣ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। ସେହିଭଳି ‘ହାପି ଫ୍ୟାମିଲି, ହାପି ଦିୱାଲି’ କାର୍ଯ୍ୟକ୍ରମରେ ମଧ୍ୟ ପାଖାପାଖି ଦୁଇଶହ ରଙ୍ଗୋଲି ଫଟୋ ମଧ୍ୟରୁ ଶ୍ରେଷ୍ଠ ତିନିଜଣ ପ୍ରତିଯୋଗୀଙ୍କୁ ମନୋନୀତ କରାଯାଇଛି।

ସମ୍ବନ୍ଧିତ ଖବର