‌‌ଲୋକସେବା ଭବନ ଆଗରେ ମହିଳାଙ୍କ ହଙ୍ଗାମା

ଭୁବନେଶ୍ୱର: ସ୍ୱାମୀଙ୍କ ସହ ଗାଡ଼ିରେ ଯାଉଥିଲେ। କେଉଁ କଥା ନେଇ ମନାନ୍ତର ହେଲା କେଜାଣି ଲୋକସେବା ଭବନ ସମ୍ମୁଖରେ ଗାଡ଼ିରୁ ଡେଇଁ ପଡ଼ିଲେ। ଲୋକସେବା ଭବନରେ ପଶି ମନ୍ତ୍ରୀଙ୍କୁ ଦେଖା କରି ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କରିବାକୁ ଉଦ୍ୟମ କଲେ। ଯେଉଁଥିପାଇଁ ସେଠାରେ ଉପସ୍ଥିତ ପୁଲିସକୁ ଦୀର୍ଘ ଦେଢ଼ ଘଣ୍ଟା ଧରି ନାକେଦମ୍‌ ହେବାକୁ ପଡ଼ିଲା। ଆଜି ପୂର୍ବାହ୍ନରେ ଘଟିଥିବା ଏହି ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ଆଜି ପୂର୍ବାହ୍ନରେ ନିଜ ସ୍ୱାମୀ ଓ ପୁଅ ସହ ବାଇକ୍‌ରେ ଯାଉଥିବା ଜଣେ ମହିଳା ଲୋକସେବା ଭବନ ସାମ୍ନା‌‌ରେ ହଠାତ୍‌ ଗାଡ଼ିରୁ ଡେଇଁ ପଡ଼ିଥିଲେ। ଭିତରକୁ ଯାଇ ମନ୍ତ୍ରୀ ଓ ଅଫିସରଙ୍କୁ ଦେଖା କରିବା ପାଇଁ ଜିଦ୍‌ ଧରି ବସିଥିଲେ। ପୁଲିସ୍ ତାଙ୍କୁ ଅଟକାଇବାରୁ ହୋହଲ୍ଲା କରିଥିଲେ। ସ୍ୱାମୀଙ୍କୁ ଗାଳି କରିବା ସହ ତାଙ୍କ କଥା ମଧ୍ୟ ଶୁଣି ନଥିଲେ। ଦୀର୍ଘ ଦେଢ଼ ଘଣ୍ଟା କାଳ ଏଭଳି ପରିସ୍ଥିତି ଲାଗି ରହିବା ପରେ ପୁଲିସ ଗିରଫ କରିବାକୁ କହିବାରୁ ମହିଳା ଜଣଙ୍କ ଶାନ୍ତ ପଡ଼ିଥିଲେ। ପତ୍ନୀ ଉଚ୍ଚ ଶିକ୍ଷିତ। ଅନେକ ଇଣ୍ଟରଭ୍ୟୁ ମଧ୍ୟ ଦେଇଛନ୍ତି। ହେଲେ ସରକାରୀ ଚାକିରି ମିଳିନି। ଲକ୍‌ଡାଉନ୍‌ ସମୟରେ ଘରେ ବେକାର ହୋଇ ବସି ବସି ସେ ତାଙ୍କର ମାନସିକ ସନ୍ତୁଳନ ହରାଇଥିବା ତାଙ୍କ ସ୍ୱାମୀ କହିଛନ୍ତି।

ସମ୍ବନ୍ଧିତ ଖବର