ଭୁବନେଶ୍ବର: ‌‌ଓଡ଼ିଶା ସିଭିଲ ସର୍ଭିସେସ - ୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଏହି ପରୀକ୍ଷାରେ ମୋଟ ୩୯୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୪୮ଜଣ ମହିଳା ଅଛନ୍ତି। ସଫଳତା ପାଇଥିବା କେତେକ ପରୀକ୍ଷାର୍ଥୀଙ୍କ ମୁହଁର କଥାକୁ ନେଇ ଉପସ୍ଥାପନା।

Advertisment

ସେମାନଙ୍କ ଭାଷାରେ ସଫଳତା...

publive-image

ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ଖବର ଶୁଣି ବହୁତ ଖୁସି ଅନୁଭବ କରୁଛି। କରୋନାରେ ସଂକ୍ରମଣ ହୋଇ ମଧ୍ୟ କଠିନ ପରିଶ୍ରମ କରିଥିଲି। ବାପା ଲକ୍ଷ୍ମୀଧର ରାଉତ ଓ ମା’ ପୁଷ୍ପଲତା‌ ରାଉତଙ୍କ ପ୍ରେରଣା ଯୋଗୁଁ ଆଜି ଏଭଳି ସଫଳତା ମିଳିଛି। ଆପ୍ଟିପ୍ଲସ୍‌ରେ କୋଚିଂ ନେବା ମୋତେ ଏ ଦିଗରେ ବହୁତ ସାହାଯ୍ୟ କରିଛି। ଆଗକୁ ଆଇଏଏସ୍‌ ହେବାକୁ ଲକ୍ଷ୍ୟ ରଖିଛି। ସେଥିପାଇଁ ଏବେଠାରୁ ପ୍ରସ୍ତୁତି ଜାରି ରଖିଛି।
ସୁକନ୍ୟା ରାଉତ, ୨୦୭ତମ ସ୍ଥାନ

publive-image

ଓପିଏସସି ପାଇଁ ୨୦୧୯ରୁ ପ୍ରସ୍ତୁତି ଆରମ୍ଭ କରିଥିଲି। ଆପ୍ଟିପ୍ଲସ୍‌ରେ କୋଚିଂ ନେବା ପରେ ଗତ କିଛି ବର୍ଷ ହେଲା ନିଜେ ଘରେ ରହି ପ୍ରସ୍ତୁତି ଚଲାଇଥିଲି। ଗତଥର ପରୀକ୍ଷାରେ ୮ ମାର୍କ ସଫଳତାର ବଞ୍ଚିତ ହୋଇଥିଲି। ମାତ୍ର ହାର ମାନ ନ ଥିଲି। ଭଲ ରୢାଙ୍କ ରଖି ଉତ୍ତୀର୍ଣ୍ଣ ହେବା ଆଶାରେ କଠିନ ପରିଶ୍ରମ କରିଥିବାରୁ ଆଜି ସଫଳତା ମିଳିଛି। ମୋର ଏହି ସଫଳତାର ପ୍ରଥମ ଶ୍ରେୟ ବାପା ପ୍ରଦୀପ ଚନ୍ଦ୍ର ସାହୁ ଓ ମା’ ସୁଜ୍ଞାନୀ ସାହୁଙ୍କୁ ଦେବି। ଘର ଗଞ୍ଜାମ ଜିଲ୍ଲାରେ। ୧୪ ବର୍ଷ ହେଲା ଭୁବନେଶ୍ବରରେ ରହୁଛି।
ସୁବ୍ରତ କୁମାର ସାହୁ, ୨୬ତମ ସ୍ଥାନ

publive-image

ପରୀକ୍ଷା ପାଇଁ ଦୁଇ ବର୍ଷ ହେଲା ପ୍ରସ୍ତୁତି କରୁଥିଲି। ଆପ୍ଟିପ୍ଲସ୍‌ରେ କୋଚିଂ ସମୟରେ ଇଣ୍ଟରଭ୍ୟୁରେ ଯାହା ପଚରା ଯାଉଥିଲା ପରୀକ୍ଷାରେ ମଧ୍ୟ ସେହି ଅନୁଯାୟୀ ପ୍ରଶ୍ନ ଆସିଥିବାରୁ ଭଲ ରାଙ୍କ ମିଳିବ ବୋଲି ଆଶା ଥିଲା। ସେହି ଅନୁଯାୟୀ ଫଳ ମଧ୍ୟ ହୋଇଛି। ବାପା ଅଶୋକ କୁମାର ଷଡ଼ଙ୍ଗୀ ଓ ମା’ ସୌଭାଗ୍ୟଲକ୍ଷ୍ମୀ ଷଡ଼ଙ୍ଗୀଙ୍କ ଦିଗ୍‌ଦର୍ଶନ ବେଶ୍‌ ସହାୟକ ହେଲା। ଆଗକୁ ଯେଉଁଠି ବି ନିଯୁକ୍ତି ପାଇବି, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଅଧିକ ଗୁରୁତ୍ବ ଦେବି। ଉପାନ୍ତ ଅଞ୍ଚଳରେ ନିଯୁକ୍ତି ପାଇଲେ ନିଷ୍ଠାର ସହ କାମ କରିବି।
ଅଭିଜିତ୍ ଷଡ଼ଙ୍ଗୀ, ୧୩ତମ ସ୍ଥାନ

publive-image

କଠିନ ପରିଶ୍ରମର ଫଳ ମିଳିଛି, ଯାହାର ଉଦାହରଣ ମୁଁ ନିଜେ। ପରୀକ୍ଷାର ୭ଦିନ ପୂର୍ବରୁ କରୋନାରେ ସଂକ୍ରମିତ ହୋଇଥିଲି। ସେହି ସମୟରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ବହୁତ କଠିନ ଥିଲା। ୨୦୧୬ରୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିଆସୁଛି। ମଝିରେ ୟୁପିଏସସି ପରୀକ୍ଷା ମଧ୍ୟ ଦେଇଥିଲି। ଚଳିତବର୍ଷ ପରୀକ୍ଷା ବହୁତ କଠିନ ଥିଲା କାରଣ ପ୍ରଶ୍ନ ପାର୍ଟନ ବଦଳି ଯାଇଥିଲା। ଆଗକୁ ଅବହେଳିତ ଲୋକ, କିନ୍ନର, ମହିଳା ଓ ଶିଶୁଙ୍କ ଉପରେ କାମ କରିବାକୁ ଲକ୍ଷ୍ୟ ରଖିଛି।
ସ୍ମୃତି‌ସୌମ୍ୟା ଦାଶ, ୬୭ତମ ସ୍ଥାନ

publive-image

ଏହା ମୋର ପ୍ରଥମ ପ୍ରିଲିମ୍, ମେନ୍ ଓ ଇଣ୍ଟରଭ୍ୟୁର ସମ୍ମୁଖୀନ ହୋଇଛି। କରୋନା ସମୟରେ ସଂକ୍ରମିତ ହୋଇ କଠିନ ପରିଶ୍ରମ କରି ଆଜି ସଫଳତା ହାସଲ କରିଛି। ବିଶେଷକରି ଆପ୍ଟିପ୍ଲସ୍‌ରେ କୋଚିଂ ନେଇ ସଫଳତା ପାଇଛି। ପ୍ରିଲିମ୍ ପରୀକ୍ଷାରେ ଭଲ ମାର୍କ ରହିଲା ତା ପରେ ମେନ୍ ପାଇଁ ପଢ଼ିଲି। ଆଶା ଥିଲା ଭଲ ରାଙ୍କ ଆସିବ। କିନ୍ତୁ ଆଉ ଟିକେ ଭଲ ହୋଇଥିଲେ ଅଧିକ ଖୁସି ହୋଇଥାନ୍ତି। କରୋନା ପାଇଁ ଅନଲାଇନ୍‌ରେ କୋଚିଂ ନେବା ପରେ ନିଜେ ନିଜେ ପଢ଼ାପଢ଼ି କରିଥିଲି। ବାପା ପ୍ରଫୁଲ୍ଲ କୁମାର ମହାପାତ୍ର ଓ ମା’ ସୌଭାଗ୍ୟମଞ୍ଜରୀ ମହାପାତ୍ରଙ୍କ ପ୍ରେରଣା ସହାୟକ ହେଲା।
ଶୁଭକଲ୍ୟାଣୀ ମହାପାତ୍ର, ୨୦୦ତମ ସ୍ତାନ