ଭୁବନେଶ୍ବର,୧।୮(ଇମିସ): ଭାରତୀୟ ବାୟୁସେନାର ବିଭିନ୍ନ ଜ୍ଞାନକୌଶଳ ବୃଦ୍ଧିରେ ଭୁବନେଶ୍ବରସ୍ଥିତ ୱାର୍ଲଡ ସ୍କିଲ୍ ସେଣ୍ଟର ସହଯୋଗ କରିବ। ଆଜି ଏନେଇ ନୂଆଦିଲ୍ଲୀସ୍ଥିତ ବାୟୁସେନା ମୁଖ୍ୟାଳୟ ‘ବାୟୁ ଭବନ’ରୁ ଏୟାର ମାର୍ଶଲ ଏସ୍.କେ ଝାଙ୍କ ସମେତ ଏକ ପ୍ରତିନିଧିଦଳ ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି। ଭାରତୀୟ ବାୟୁ ସେନାର ଅଗ୍ନିପଥ ଯୋଜନାରେ କିଭଳି ଦକ୍ଷତାକୁ ଉପଯୋଗ କରାଯାଇପାରିବ, ସେନେଇ ଏହି ପ୍ରତିନିଧିଦଳ ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କରିଛନ୍ତି। ଏହାସହ ରାଜ୍ୟରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ପଚାରି ବୁଝିଛନ୍ତି।
ଏୟାର ମାର୍ଶଲ ଶ୍ରୀ ଝା କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ପକ୍ଷରୁ ଦକ୍ଷତା ବିକାଶ ନିମନ୍ତେ ୱାର୍ଲଡ ସ୍କିଲ ସେଣ୍ଟରରେ ତିଆରି କରାଯାଇଥିବା ଭିତ୍ତିଭୂମି, ତାଲିମ ସୁବିଧା, ଅପସ୍କିଲିଂ ବ୍ୟବସ୍ଥା ଅତ୍ୟନ୍ତ ହୃଦୟସ୍ପର୍ଶୀ। ଏହି ଉତ୍କୃଷ୍ଟ ବ୍ୟବସ୍ଥା ସାଧାରଣ ଯୁବଗୋଷ୍ଠୀଙ୍କୁ ବୈଷୟିକ ଜ୍ଞାନକୌଶଳରେ ପରିପୂର୍ଣ୍ଣ ଏକ ସଶକ୍ତ ବ୍ୟକ୍ତି ଭାବେ ରୂପାନ୍ତରଣ କରୁଛି। ଏଭଳି ବୈଷୟିକ ଜ୍ଞାନକୌଶଳରେ ସଶକ୍ତ ଯୁବଗୋଷ୍ଠୀଙ୍କର ବାୟୁସେନାରେ ଆବଶ୍ୟକତା ରହିଛି।
ୱାର୍ଲଡ ସ୍କିଲ ସେଣ୍ଟର୍ର ସିଇଓ ରେଘୁ ଜୀ ୱାର୍ଲଡ ସ୍କିଲ ସେଣ୍ଟରର ନଲେଜ୍ ପାର୍ଟନର୍ ଆଇଟିଇଇ ସିଙ୍ଗାପୁର, ଭିତ୍ତିଭୂମି, ଅତ୍ୟାଧୁନିକ ଦକ୍ଷତା ପ୍ରଶିକ୍ଷଣ ପାଠ୍ୟକ୍ରମ, ଲାଇଫ୍ ସ୍କିଲ୍ ପ୍ରଶିକ୍ଷଣ, ଶିଳ୍ପ ସହଭାଗିତା ଏବଂ ଦକ୍ଷତା ପ୍ରତିଯୋଗିତା ଇତ୍ୟାଦି ବିଷୟରେ ସୂଚନା ଦେବା ସହ ୱାର୍ଲଡ ସ୍କିଲ ସେଣ୍ଟରର ଭବିଷ୍ୟତର ଯୋଜନା ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ ଏୟାର ମାର୍ଶଲ ଶ୍ରୀ ଝା ଏବଂ ସହଯୋଗୀମାନେ ମେକାଟ୍ରନିକ୍ସ, ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ସର୍ଭିସେସ୍ ଓ ଏୟାର କଣ୍ଡିସନିଂ ଏବଂ ରେଫ୍ରିଜିରେସନ୍ ଲ୍ୟାବ୍ ପରିଦର୍ଶନ କରିଥିଲେ। ବାୟୁସେନାର ପ୍ରତିନିଧି ଦଳେର ଗ୍ରୁପ୍ କ୍ୟାପଟେନ୍ ଏ.ଏମ୍କେ ନାଇଡୁ, ଗ୍ରୁପ କ୍ୟାପଟେନ୍ ଏ. ମିଜୁ ଭିଏସ୍ଏମଖ୍, ଗ୍ରୁପ କ୍ୟାପଟେନ୍ ଜେ. ପରମାର, ୱିଙ୍ଗ୍ କମାଣ୍ଡର ଆର୍ଆର୍କେ ସିହ୍ନା ପ୍ରମୁଖ ସାମିଲ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅତିରିକ୍ତ ସଚିବ ରେଣୁପ୍ରଭା ନାୟକ, ୱାର୍ଲଡ ସ୍କିଲ ସେଣ୍ଟର ପ୍ରିନସିପାଲ ସଙ୍ଗରନ୍ ଗୋପାଲ, ଡେପୁଟି ପ୍ରିନସିପାଲ୍ ଏସ୍ କେ ଦାସ, ନିର୍ଦ୍ଦେଶକ ଚିୟକ୍ ଏଙ୍ଗ୍ ଚୁନ୍ ପ୍ରମୁଖ ଉପସ୍ଥିତ ଥିଲେ।
ଭାରତୀୟ ବାୟୁସେନାର ଦକ୍ଷତା ବଢ଼ାଇବ ୱାର୍ଲଡ ସ୍କିଲ୍ ସେଣ୍ଟର
ୱାର୍ଲଡ ସ୍କିଲ ସେଣ୍ଟର ପରିଦର୍ଶନ କଲେ ଏୟାର ମାର୍ଶଲ ଏସ୍.କେ ଝା
/sambad/media/post_attachments/wp-content/uploads/2022/08/49.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)