ଦାଦନ ଦୁଃଖ: ୭ ଦିନ ସାଇକେଲ୍‌ ଚଲାଇ ଗାଁରେ ପହଞ୍ଚିଲେ ଯୁବକ

ପୁଡୁଚେରିରୁ ବାହାରିଥିଲେ

ବାଲିପାଟଣା: ଦାଦନ ଖଟିବାକୁ ଯାଇଥିବା ହଜାର ହଜାର ଓଡ଼ିଆ ଶ୍ରମିକ ଲକ୍‌ଡାଉନ୍‌ ଯୋଗୁଁ ବାହାର ରାଜ୍ୟରେ ଫସି ରହିଛନ୍ତି। ଖାଇବା ପିଇବାକୁ ମିଳୁ ନ ଥିବାରୁ ସେମାନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ତେଣୁ ଭୋକ ଯନ୍ତ୍ରଣା ସହି ନ ପାରି ଅନେକେ ଏବେ ଘରକୁ ଫେରିବା ପାଇଁ ଉଦ୍ୟମ ଚଳାଇଛନ୍ତି। କିନ୍ତୁ ବସ୍‌ ସେବା ବନ୍ଦ ଥିବାରୁ ଚାଲି ଚାଲି କିମ୍ବା ସାଇକେଲରେ ସେମାନେ ହଜାର ହଜାର କିଲୋମିଟର ଯିବାକୁ ବାଧ୍ୟ ହେଉଛନ୍ତି। ବାଲିପାଟଣା ବ୍ଲକ ରାଜସ ପଞ୍ଚାୟତର ବାରହଳ ଗ୍ରାମର ୟାହୁଦ ଖାଁଙ୍କ ପୁଅ ଆବିଦ୍‌ ଖାଁ (୩୫) ମଧ୍ୟ ଯନ୍ତ୍ରଣା ସହି ନ ପାରି ପୁଡୁଚେରିରୁ ସାଇକେଲ୍‌ରେ ଫେରିଛନ୍ତି।

ପୁଡୁଚେରୀରୁ ଜିଲ୍ଲା ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଦୀର୍ଘ ୭ଦିନ ଧରି ସେ ସାଇକେଲରେ ଯାତ୍ରା କରିବା ପରେ ଆଜି ଗାଁରେ ପହଞ୍ଚିଛନ୍ତି। ସେ ଆଜି ଗାଁରେ ପହଞ୍ଚିବା ପରେ ରାଜସ ସରପଞ୍ଚ ବାସୁଦେବ ପାଳ ଯୁବକଙ୍କୁ ସ୍ବାଗତ କରିବା ସହ ସଂଗରୋଧରେ ରହିବା ପାଇଁ କହିଥିଲେ। ଆବିଦ୍‌ କହିଛନ୍ତି ଯେ ପୁଡୁ‌ଚେରିରେ ଏବେ ହଜାର ହଜାର ପ୍ରବାସୀ ଓଡ଼ିଆ ଫସି ରହିଥିବା ବେଳେ ସ୍ଥାନୀୟ ପ୍ରଶାସନ ଦ୍ବାରା ସେମାନେ ନିର୍ଯାତିତ ହେଉଛନ୍ତି। ସରକାରୀ ଅଫିସ୍‌କୁ ଦୌଡ଼ି ଦୌଡ଼ି ସହଯୋଗ ମିଳୁ ନାହିଁ।

ସମ୍ବନ୍ଧିତ ଖବର