ଅନୁଗୁଳ: ମଙ୍ଗଳବାର ମଧ୍ୟାହ୍ନ ସମୟ। ଅନୁଗୁଳ ଜିଲ୍ଲା ତାଳଚେର ଅନନ୍ତ କୋଇଲା ଖଣିରେ ରେଳ ୱାଗନରେ କୋଇଲା ଲୋଡ୍ ହୋଇ ପରିବହନ ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ହଠାତ୍ ଜଣେ ଲୋକଙ୍କର ଏକ ଚିତ୍କାର ଶୁଭିଲା। କେଉଁଠୁ ଚିତ୍କାର ଆସୁଛି, ତାହା କେହି ଜାଣି ପାରୁ ନାହାନ୍ତି। ସବୁଆଡେ ଯାଞ୍ଚ କରିବା ବେଳକୁ ଦେଖାଗଲା, ରେଳ ୱାଗନ ଭିତରେ ଜଣେ ଲୋକ କୋଇଲା ଗଦା ଉପରେ ଅଛନ୍ତି। ତାଙ୍କ ସାରାଶରୀର କୋଇଲା ଭିତରେ ଘୋଡାଇ ହୋଇ ରହିଥିଲାବେଳେ କେବଳ ମୁହଁଟି ବାହାରକୁ ଦିଶୁଛି। ପରେ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ଅପରେସନ। ପାଖାପାଖି ଘଣ୍ଟାଏ ପରେ ଯୁବକଙ୍କୁ କୋଇଲା ଭର୍ତ୍ତି ୱାଗନ ଭିତରୁ ଉଦ୍ଧାର କରାଯାଇଥିଲା। ସାଙ୍ଗେ ସାଙ୍ଗେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲାବେଳେ ତାଙ୍କ ଅବସ୍ଥା ବିପଦମୁକ୍ତ ଥିବା ଜଣାପଡିଛି।
ଆଜି ତାଳଚେର ଅନନ୍ତ କୋଇଲା ଖଣିରେ ଏହି ଅଘଟଣ ଦେଖିବାକୁ ମିଳିଥିଲା। ଆହତ ଯୁବକ ଜଣଙ୍କ ହେଲେ ଜଗତସିଂହପୁର ଅଞ୍ଚଳର। ତାଙ୍କର ସାମାନ୍ୟ ମାନସିକ ବିକୃତ ଥିବା ଜଣାପଡିଛି। ଅରପକ୍ଷରେ ଏହା କୋଇଲା ଖଣି ଅଞ୍ଚଳରେ ରହିଥିବା ଢିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/f5h456sf4h56sf4h65sf456h456.jpg)