ଭୁବନେଶ୍ବର: କିଛିଦିନ ପୂର୍ବେ ବଟି ପାଇଁ ସାଲିଆସାହିର ଜଣେ ଯୁବକଙ୍କୁ ମାଡ଼ ମାରି ଟଙ୍କା ଛଡ଼ାଇ ନେଇଥିବା ଦୁର୍ବୃତ୍ତକୁ ଆଜି କିଛି ଯୁବକ ସଂଘବଦ୍ଧ ଆକ୍ରମଣ କରି ତାଙ୍କଠାରୁ ଟଙ୍କା ଓ ସୁନା କାନଫୁଲ ଲୁଟିନେଇଛନ୍ତି। ଆହତ ଯୁବକ ହେଉଛି, ସାଲିଆସାହି ଜନତାନଗରର ଜିତେନ୍ଦ୍ର ମାଝୀ। ଏନେଇ ଜିତେନ୍ଦ୍ର ସନ୍ଧ୍ୟାରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଛି। ସେ ଉଲ୍ଲେଖ କରିଛି ଯେ ଦିନ ୧୨ଟାରେ ମା’ଙ୍କୁ ନେଇ ବ୍ୟାଙ୍କ ଯାଉଥିବା ବେଳେ ୮ଜଣ ଯୁବକ ସାଲିଆସାହି ମଇଳା ଟାଙ୍କି ଛକରେ ତାଙ୍କ ଗାଡ଼ି ଅଟକାଇଥିଲେ। ଏହାପରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ମୁଣ୍ଡ ଓ ଛାତିକୁ ଆକ୍ରମଣ କରିବା ସହିତ ପାଖରେ ଥିବା ୧୦ହଜାର ଟଙ୍କା ଓ ମା’ଙ୍କ ସୁନା କାନଫୁଲ ଛିଡ଼ାଇ ନେଇଛନ୍ତି। ତେବେ ଏଭଳି ଆକ୍ରମଣ ଓ ଲୁଟ୍ପାଟ ପଛରେ ପୂର୍ବ ଶତ୍ରୁତା ଥିବା ସେ ସ୍ବୀକାର କରିଛି। ଅପରପକ୍ଷରେ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଜିତେନ୍ଦ୍ର ନାଁ’ରେ ଦାଦାବଟି ଆଦାୟ, ହଣାକଟା, ମାର୍ପିଟ୍ ଭଳି ଅନେକ ସଙ୍ଗିନ ମାମଲା ଏକାଧିକ ଥାନାରେ ରହିଛି। କିଛି ଦିନ ତଳେ ଜଣେ ଯୁବକଙ୍କୁ ସେ ଓ ତାଙ୍କ ସହଯୋଗୀ ଆକ୍ରମଣ କରି ୧୭୫୦ଟଙ୍କା ଲୁଟି ନେଇଥିଲେ। ଏନେଇ ଥାନାରେ ଅଭିଯୋଗ ହୋଇଥିଲା।
ଯୁବକଙ୍କୁ ହାଣି ଲୁଟିନେଲେ ୧୦ ହଜାର ଟଙ୍କା ଓ କାନଫୁଲ
/sambad/media/post_attachments/wp-content/uploads/2021/09/loot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)