ଭୁବନେଶ୍ବର: ପ୍ରେମ ପାଇଁ ଜଣେ ଯୁବତୀ ବ୍ଲେଡ୍ରେ ହାତ କାଟିବା ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁତର ଅବସ୍ଥାରେ ପ୍ରେମିକା ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ପ୍ରେମିକକୁ ଅଟକ ରଖିଛି ପୁଲିସ। ଘଟଣା ଘଟିଛି ଲକ୍ଷ୍ମୀସାଗର ଅଞ୍ଚଳରେ। ପୁଲିସ ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ଅନୁସାରେ, ଯୁବତୀଙ୍କ ଘର କୁଜଙ୍ଗ ଅଞ୍ଚଳରେ। କିଛି ବର୍ଷ ହେଲା ପଟିଆ ଅଞ୍ଚଳର ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବକଜଣକ ବିବାହ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। କିନ୍ତୁ ଗତ କିଛି ଦିନ ହେଲା ସେ ଆଉ ଯୁବତୀଙ୍କ ଫୋନ୍ କଲ୍ ରିସିଭ୍ କରୁ ନଥିଲେ। ଆଜି ଯୁବତୀଜଣକ ପ୍ରେମିକକୁ କିଛି ନଜଣାଇ ପଟିଆରେ ସେ ରହୁଥିବା ଘରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ତାଙ୍କୁ ପାଇ ନଥିଲେ। ଯୁବକ ଜଣକ ଲକ୍ଷ୍ମୀସାଗର ଅଞ୍ଚଳରେ ଏକ ଘରୋଇ କମ୍ପାନିରେ କାମ କରନ୍ତି। ଏ କଥା ମଧ୍ୟ ଯୁବତୀ ପୂର୍ବରୁ ଜାଣିଥିବାରୁ ସେ ସେଠାରେ ପହଞ୍ଚିଥିଲେ। ଯୁବକଙ୍କ ସହ ତାଙ୍କର ଦେଖା ହେବା ପରେ ବାହା ହେବାକୁ ଜିଦ୍ ଧରିଥିଲେ। ଯୁବକଜଣକ ମନା କରିବା ସହ ଗାଳିଗୁଲଜ କରିବାରୁ ଯୁବତୀ ଏକ ବ୍ଲେଡରେ ନିଜ ହାତ କାଟି ପକାଇଥିଲେ।
ବିବାହ ପାଇଁ ରାଜି ନ ହେବାରୁ ହାତ କାଟିଲେ ଯୁବତୀ, ହସ୍ପିଟାଲରେ ଭର୍ତ୍ତି
ପ୍ରେମିକ ଅଟକ
/sambad/media/post_attachments/wp-content/uploads/2019/04/Murder-knife-blood_1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)