ଭୁବନେଶ୍ବର: ବିଏମ୍ସି ସହଭାଗିତାରେ ଏକ ଏନ୍ଜିଓର କାର୍ଯ୍ୟରତ ଯୁବତୀଙ୍କୁ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ ଅସଦାଚରଣ କରିଥିବା ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ସେ ଗାଡ଼କଣାସ୍ଥିତ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମସିସି)ରେ କାମ କରୁଥିବା ବେଳେ ଜନୈକ କର୍ମଚାରୀ ଆସି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହା ପରେ ଜୋର୍ ଜବରଦସ୍ତ ତାଙ୍କ ହାତକୁ ଧରି ଟଣାଓଟରା କରିଥିଲେ। ଯୁବତୀ ଚିତ୍କାର କରିବାରୁ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ରୁଣ଼୍ଡ ହୋଇ ଯାଇଥିଲେ। ଫଳରେ ବିଏମ୍ସି ଅଧିକାରୀ ଜଣକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ ବୋଲି ଯୁବତୀ ଏତଲାରେ ଉଲ୍ଲେଖ କରିଛନ୍ତି। ଖାଲି ଏତିକି ନୁହେଁ, ଯୁବତୀଙ୍କୁ ଉକ୍ତ ବିଏମ୍ସି କର୍ମଚାରୀ ଅନେକ ଥର କାର୍ଯ୍ୟାଳୟକୁ ଏକୁଟିଆ ଡାକିଛନ୍ତି ଏବଂ ଫୋନ୍ କରି ଟଙ୍କା ମଧ୍ୟ ମାଗିଛନ୍ତି। ଅନ୍ୟ ସୁପରଭାଇଜରମାନଙ୍କୁ ମଧ୍ୟ ପୂର୍ବରୁ ସେ ବାରମ୍ବାର ଅଶାଳୀନ ବ୍ୟବହାର କରିଥିବା ଯୁବତୀ ଅଭିଯୋଗ କରିଛନ୍ତି। ଏନେଇ ଜଣେ ଯୁବତୀ ପୂର୍ବରୁ ଏକାଧିକ ଥର ବିଏମ୍ସିର ବରିଷ୍ଠ ପଦାଧିକାରୀଙ୍କୁ ଘଟଣା ସଂପର୍କରେ ଅବଗତ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସେ କହିଛନ୍ତି।
ଯୁବତୀଙ୍କୁ ବିଏମ୍ସି ଅଧିକାରୀଙ୍କ ଅସଦାଚରଣ ଅଭିଯୋଗ
/sambad/media/post_attachments/wp-content/uploads/2021/10/BMC.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)