ଜମି ମାଲିକଙ୍କୁ ଖଣ୍ଡାରେ ହାଣି ଯୁବକ ଗିରଫ

ଭୁବନେଶ୍ବର : ଜମି ମାଲିକଙ୍କୁ ଖଣ୍ଡାରେ ଆକ୍ରମଣ ଅଭିଯୋଗରେ ତମାଣ୍ଡୋ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା କାଶୀପୁର ଅଞ୍ଚଳର ସୁରେନ୍ଦ୍ର ଜେନା(୪୧)। ତା’ଠାରୁ ଗୋଟିଏ ଖଣ୍ଡା ଜବତ କରାଯାଇଛି।

ସୂଚନା ମୁତାବକ, ଜମି ବିବାଦକୁ ନେଇ ସୁରେନ୍ଦ୍ର ଓ ଉମେଶ ସ୍ବାଇଁଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ତେବେ ଉମେଶଙ୍କ ଜମିରେ ସୁରେନ୍ଦ୍ର ରାସ୍ତା ନେବାକୁ କହିଥିଲା। ହେଲେ ଉମେଶ ଜମିଦେବାକୁ ମନା କରିଥିଲେ। ମଙ୍ଗଳବାର ସୁରେନ୍ଦ୍ର ବଳପୂର୍ବକ ଜମିରେ ରାସ୍ତା ନେଉଥିବା ବେଳେ ଉମେଶ ବିରୋଧ କରିଥିଲେ। ସୁରେନ୍ଦ୍ର ରାଗିଯାଇ ପାଖରେ ରଖିଥିବା ଏକ ଖଣ୍ଡାରେ ଉମେଶଙ୍କୁ ଆକ୍ରମଣ କରିଥିଲା। ପୁଲିସ ଗୁରୁତର ଉମେଶଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ୍‌କୁ ପଠାଇଥିଲା।

ସମ୍ବନ୍ଧିତ ଖବର