ବାଲିଅନ୍ତା : ନାବାଳିକା ଅପହରଣ ମାମଲାରେ ବାଲିଅନ୍ତା ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲା, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧୀନ ଫାସିପଡ଼ା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓରଫ ପିଣ୍ଟୁ(୨୧)। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପୂର୍ଣ୍ଣଚନ୍ଦ୍ର ବିରୋଧରେ ନାବାଳିକାଙ୍କ ମା’ ଲିଖିତ ଅଭିଯୋଗ କରିଥିଲେ। ଉଭୟ ପରିବାର ବାଲିଅନ୍ତା ଥାନା ଅଧୀନ ବଜାର ସାହି ଅଞ୍ଚଳରେ ରହୁଥିଲେ। ଉଭୟ ନାବାଳିକା ଓ ଯୁବକଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଗତ ୯ ତାରିଖରେ ଦୁହେଁ ବାଲିଅନ୍ତାରୁ ଫେରାର ହୋଇଯାଇଥିଲେ। ପୁଲିସ ଗତକାଲି ପୁରୀରୁ ଉଭୟଙ୍କୁ ଉଦ୍ଧାର କରିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp