ବାଲିପାଟଣା : କମିସନରେଟ ପୁଲିସ ଅଧୀନସ୍ଥ ବନମାଳିପୁର ଫାଣ୍ଡିର ବନମାଳିପୁର ଉପ ଡାକଘରରୁ ଗତକାଲି ବିଳମ୍ୱିତ ରାତିରେ ଲକ୍ଷାଧିକ ଟଙ୍କା ଚୋରି ହୋଇଛି। ପଛ ଗ୍ରିଲ ଭାଙ୍ଗି ଡାକଘରେ ଚୋର ପଶିଥିଲେ।

Advertisment

ଆଇରନଚେଷ୍ଟ ଲକ ଭାଙ୍ଗି ୨ ଲକ୍ଷ ତେଇଶି ହଜାର ଟଙ୍କା ଏବଂ ଡ୍ରରେ ଥିବା ଏଜେଣ୍ଟମାନଙ୍କ କଲେକ୍ସନ ୫୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଲୁଟି ନେଇଛନ୍ତି । ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।