ଭୁବନେଶ୍ବର: ରାଜ୍ୟ କଂଗ୍ରେସ ପାର୍ଟି ଅଫିସ ‘କଂଗ୍ରେସ ଭବନ’ ଭିତରୁ ଆସବାବପତ୍ର ଚୋରି ନେଇ ଅଭିଯୋଗ ହୋଇଛି।କଂଗ୍ରେସ ଭବନ ଅଫିସ ଇନଚାର୍ଜ ବୈଦ୍ୟନାଥ ସ୍ୱାଇଁ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି। ଏତଲାରେ ଦର୍ଶାଯାଇଛି ଯେ ଫର୍ଣ୍ଣିଚର ସହ ଏସି ଷ୍ଟାବ୍ଲାଇଜର ଓ ତମ୍ବା ତାର ଚୋରି ହୋଇଛି।
ଏଣୁ ରାତିରେ କଂଗ୍ରେସ ଭବନ ନିକଟରେ ପୁଲିସ ପାଟ୍ରୋଲିଂକୁ ବ୍ୟାପକ କରିବାକୁ ଅନୁରୋଧ କରିଛନ୍ତି କଂଗ୍ରେସ ଭବନ ଅଫିସ ଇନଚାର୍ଜ ବୈଦ୍ୟନାଥ ସ୍ୱାଇଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/Untitled-27.png)