ଭୁବନେଶ୍ବର : ଦୋକାନ ତାଲା ଭାଙ୍ଗିଲେ। କ୍ୟାସ୍ ବାକ୍ସରୁ ନଗଦ ୫ଲକ୍ଷ ଟଙ୍କା ଓ ଦାମୀ ମଦ ନେଇଗଲେ। ଆଉ ପ୍ରମାଣ ନଷ୍ଟ ପାଇଁ ସିସିଟିଭିକୁ ଭାଙ୍ଗିଦେବା ସହ ଡିଭିଆର୍ ମେସିନ୍କୁ ଗାଏବ କରିଦେଲେ। ଏଭଳି ଘଟଣା ଘଟିଛି ନୂଆପଲ୍ଲୀ ଥାନା ବିଜୁପଟ୍ଟନାୟକ କଲେଜ୍ ରୋଡ୍ରେ ଥିବା ଏକ ମଦ ଦୋକାନରେ। ଏନେଇ ଦୋକାନ ମାଲିକ ହେମନ୍ତ ଜେନା ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୋମବାର ସକାଳୁ ଦୋକାନ ଖୋଲିବା ପାଇଁ ଯିବା ବେଳକୁ ଦୋକାନ ଖୋଲା ଥିବା କର୍ମଚାରୀମାନେ ଦେଖିଥିଲେ। ଭିତରେ ଜିନିଷପତ୍ର ଏପଟ ସେପଟ ହୋଇପଡ଼ିଥିଲା। କ୍ୟାସ୍ ବାକ୍ସ ବି ଖୋଲା ଥାଏ। ଦୁର୍ବୃତ୍ତମାନେ କେତେକ ମଦ ନେବା ସହ କ୍ୟାସ୍ ବାକ୍ସରୁ ଟଙ୍କା ନେଇଯାଇଥିଲେ। ଏନେଇ କର୍ମଚାରୀମାନେ ମାଲିକଙ୍କୁ ଜଣାଇଥିଲେ। ମାଲିକ ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଆଖପାଖରେ ଥିବା ସିସିଟିଭି ଯାଞ୍ଚ କରୁଛି। ତେବେ ରବିବାର ରାତି ପାଖାପାଖି ୨ଟା ସମୟରେ ୩ରୁ ଅଧିକ ଦୁର୍ବୃତ୍ତ ମଦଦୋକାନକୁ ଆସି ତାଲା ଭାଙ୍ଗି ଚୋରି କରିଥିବା ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/alcohol-shop-1.jpg)