ମା ଗିରିଙ୍ଗେଶ୍ୱରୀ ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି

ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଥିବା ମା ଗିରିଙ୍ଗେଶ୍ୱରୀ ମନ୍ଦିରରୁ ଚୋରି ହୋଇଛି। ଦାନ ବାକ୍ସ ଭାଙ୍ଗି ଟଙ୍କା ଏବଂ ମନ୍ଦିରରେ ଲାଗିଥିବା ଫନେଲ ଚୋର ନେଇଯାଇଥିବା ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁସାରେ , ଆଜି ସକାଳୁ ମନ୍ଦିର ପୂଜକ ନିଶିକାନ୍ତ ରଣା ମାଙ୍କ ସେବା କରିବା ପାଇଁ ଆସିଥିଲେ। ମୁଖ୍ୟ ଫାଟକ ତାଲା ଭଙ୍ଗା ଯାଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଭିତରେ ଥିବା ଦାନ ବାକ୍ସ ଭଙ୍ଗା ଯାଇଥିବା ଦେଖି ସ୍ଥାନୀୟ ଗ୍ରାମବାସୀଙ୍କୁ ଜଣାଇଥିଲେ। ଦାନ ବାକ୍ସରେ ୫ ରୁ ୧୦ ହଜାର ଟଙ୍କା ଥିବା ସୂଚନା ମିଳିଛି। ମନ୍ଦିରରେ ଲାଗିଥିବା ଫନେଲ ଚୋର ଖୋଲି ନେଇଛନ୍ତି। ସୂଚନା ପାଇ ପୁଲିସ ଘଟଣାସ୍ଥଳ ଅନୁସନ୍ଧାନ କରିଥିବା ଜଣାଯାଇଛି |

ସମ୍ବନ୍ଧିତ ଖବର