ଭୁବନେଶ୍ବର : ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ୟୁନିଟ୍-୪ସ୍ଥିତ ସରକାରୀ ବାସଭାବନରୁ ଚୋରି ହୋଇଛି। ଦୁର୍ବୃତ୍ତ ଗ୍ରିଲ ଭାଙ୍ଗି କମ୍ପ୍ୟୁଟର, ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିବା ଜଣାପଡ଼ିଛି। ଦୁଇ ଦିନ ତଳେ ଏହି ଘଟଣା ଘଟିଛି। କ୍ବାର୍ଟର୍ସରେ କେହି ନ ଥିବା ସୁଯୋଗ ନେଇ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଛନ୍ତି। ପୂର୍ବରୁ ମଧ୍ୟ ସେହି ଅଞ୍ଚଳରେ ବିଧାୟକଙ୍କ କ୍ବାର୍ଟର୍ସରୁ ଚୋରି ହୋଇଛି। ଏ ନେଇ ଖାରବେଳନଗର ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣେ ଅଧିକାରୀ କହିଛନ୍ତି। କିନ୍ତୁ ପ୍ରାୟ ସପ୍ତାହେ ତଳେ ଗ୍ରିଲ ଭଙ୍ଗା ଯାଇଥିବା ଖବର ମିଳିଥିଲା ବୋଲି ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।
ପୋଲସରା ବିଧାୟକଙ୍କ ଘରୁ ଚୋରି
/sambad/media/post_attachments/wp-content/uploads/2021/02/loot-4.jpg)