ଓଡ଼ିଶା ଭଳି ରାଜ୍ୟ ସାରା ପୃଥିବୀରେ ନାହିଁ

ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ‘ଉତ୍କଳ ଜନନୀ ପୂଜନ’

ଭୁବନେଶ୍ବର: ଓଡ଼ିଶା ଭଳି ରାଜ୍ୟଟିଏ ସାରା ପୃଥିବୀରେ ଖୋଜିଲେ ମିଳିବ ନାହିଁ। ଭାଷା ଭିତ୍ତିରେ ଓଡ଼ିଶା ପ୍ରଥମେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପାଇବା ସବୁ ଓଡ଼ିଶାବାସୀଙ୍କ ପାଇଁ ବର୍ଗର ବିଷୟ। ଓଡ଼ିଆ ବୋଲି ଗର୍ବ ଅନୁଭବ କରିବା ସହ ଓଡ଼ିଶାର ଟେକ ରଖିବାକୁ ସମେସ୍ତ ଆଗେଇ ଆସିବା ଆବଶ୍ୟକ। ବୁଦ୍ଧ ମନ୍ଦିର ସଭାଗୃହରେ ‘ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ’ ପକ୍ଷରୁ ଆୟୋଜିତ ‘ଉତ୍କଳ ଜନନୀ ପୂଜନ’ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବିଶିଷ୍ଟ ଅତିଥିମାନେ ଆଜି ଏହା କହିଛନ୍ତି।

୧୨୦ ଛାତ୍ରୀଛାତ୍ରଙ୍କୁ ‘ରାମାନୁଜ ଗଣିତ ପ୍ରତିଭା ସମ୍ମାନ’

କାର୍ଯ୍ୟକ୍ରମରେ ପ୍ରଥମେ ମହାପୁରୁଷଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ସମୂହ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବିଧାୟକ ଅରବିନ୍ଦ ଢାଲି, ବିଶିଷ୍ଟ ସମାଜସେବୀ ନମ୍ରତା ଚଢ଼ା, ସଂଗୀତ ଗୁରୁ ଲକ୍ଷ୍ମୀକା‌ନ୍ତ ପାଲିତ ଏବଂ ଅଭିବାବକ ସଂଘର ସଭାପତି ବାସୁଦେବ ଭଟ୍ଟ ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଓଡ଼ିଶା ଗଠନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଂସ୍ଥାର ମହାସଚିବ କରୁଣାକର ପ୍ରଧାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ୧୨୦ଜଣ ଛାତ୍ରୀଛାତ୍ରଙ୍କୁ ‘ରାମାନୁଜ ଗଣିତ ପ୍ରତିଭା ସମ୍ମାନ’ ଏବଂ ୪୦ ଜଣଙ୍କୁ ‘ମେଧାବୃତ୍ତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଗୌରାଙ୍ଗ ବିଶ୍ବାଳ ଅତିଥି ପରିଚୟ ପ୍ରଦାନ ଓ ଲକ୍ଷ୍ମୀଧର ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ। ସତ୍ୟବ୍ରତ ରଥ, ଜଗନ୍ନାଥ ରାଉତ, ଆଲୋକପ୍ରଭା ମହାନ୍ତି, ସାଗରିକା ଦେହୁରି, ଦିଲ୍ଲୀପ ମଲ୍ଲିକ, ରୀତା ପଟେଲ, ରାଜେଶ ପାଣି, ପ୍ରଦୀପ୍ତ ନାୟକ, ଅଜୟ ପଣ୍ଡା ଓ ପ୍ରଶାନ୍ତ ସାହୁ କାର୍ଯ୍ୟକ୍ରମ କରିଚାଳନା କରିଥିଲେ। ସୂଚନାଯୋଗ୍ୟ, ‘ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ’ ପକ୍ଷରୁ ଓଡ଼ିଶାର ୧୨ଶହ ସ୍ଥାନରେ ରାଜ୍ୟ ସଂଗୀତ ଗାନ ସହ ଉତ୍କଳ ଜନନୀ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର