ପୁରୁଣା ଭୁବନେଶ୍ୱର: ଓଡ଼ିଶାର ବିଚ୍ଛିନ୍ନାଞ୍ଚଳକୁ ଫେରାଇ ଆଣିବା ପାଇଁ ଓଡ଼ିଶା ନାଗରିକ ମଞ୍ଚ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଜୋରଦାର୍ ଆନ୍ଦୋଳନ କରାଯିବ। ମହାମଞ୍ଚର ଗଙ୍ଗନଗରସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ପ୍ରଦୁମ୍ନ ଶତପଥୀ ଆଜି ଏଭଳି ଚେତାବନୀ ଦେଇଛନ୍ତି। ସେ କହିଥିଲେ ଯେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ ବାରମ୍ବାର କୋଟିଆ ଏବଂ ଆଖପାଖର ବିଚ୍ଛିନ୍ନାଞ୍ଚଳ ଉପରେ ନଜର ରଖିବା ସହ କଳେବଳେ କୌଶଳେ ହାତେଇବାକୁ ଚେଷ୍ଟା କରୁଛି।
ଏ ଦିଗରେ ଗତବର୍ଷ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ କଥାବାର୍ତ୍ତା ହୋଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସମାଧାନ ବାହାରି ପାରି ନାହିଁ। କେନ୍ଦ୍ର ସରକାର ଏଥିପ୍ରତି କର୍ଣ୍ଣପାତ କରୁନଥିବା ବେଳେ ଓଡ଼ିଶା ସରକାର ବି ନିଦାବିଷ୍ଣୁ ସାଜିଛନ୍ତି। ତେଣୁ ତୁରନ୍ତ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରା ନଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ମହାମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଥିଲା।
ଏହି ସାମ୍ବାଦିକ ସମ୍ମିଳନୀରେ ମହାମଞ୍ଚର ଅନ୍ୟତମ ସଦସ୍ୟ ସୀତାବଲ୍ଲଭ ମହାପାତ୍ର, ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା, ଜଗଦୀଶ ବକ୍ସିପାତ୍ର, ବି. ମୁରଲୀଧର, ନାରାୟଣ ଓଝା, ସୁନୀଲ ମିଶ୍ର ପ୍ରମୁଖ ଉପସ୍ଥିତ ରହି ମତବ୍ୟକ୍ତ କରିଥିଲେ। ବିଜୟ ପରିଡ଼ା, ପ୍ରଦୀପ ବିଶ୍ବାଳ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/29-15.jpg)