ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୨ ନମ୍ବରରେ ସର୍ବାଙ୍ଗୀନ ଉନ୍ନତି ହେବ: ବିଧାୟକ

ଚନ୍ଦ୍ରଶେଖରପୁର : ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୨ ନମ୍ବର ୱାର୍ଡରେ ନିର୍ବାଚନ ପ୍ରଚାର ଜୋରଦାର ହୋଇଛି। ଗଜପତିନଗରସ୍ଥିତ କାଳି ମନ୍ଦିର ପଡ଼ିଆଠାରେ ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ବନ୍ଧରେ କହିବା ସହିତ ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ଓ ୧୨ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥିନୀ ଜୟନ୍ତୀ ସାହୁଙ୍କୁ ଭୋଟ୍‌ ଦେବାକୁ ନିବେଦନ କରିଥିଲେ।

ଓଡ଼ିଶା ମୋ ପରିବାରର ସମ୍ପାଦକ ସୁବାସ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମାଜସେବୀ କସ୍ତୁରୀ ମହାପାତ୍ର, ବରିଷ୍ଠ ମୁରବି ଜନକର ସାହୁ, ପୂର୍ବତନ କର୍ପୋରେଟର ସଞ୍ଜୟ ସେଠୀ, ଛାତ୍ର ସଭାପତି ସୁବାସ ସାହୁ, ଗଗନ ପଣ୍ଡା, ସପ୍ତମ ବାଟାଲିୟନର ସଭାପତି ବିନୋଦ ବଳ, ବାବୁଭାଇ ଟିମ୍‌ର ପରାମର୍ଶଦାତା ପ୍ରଫୁଲ୍ଲ ଜେନା ପ୍ରମୁଖ ଉପସ୍ଥିତ ରହି ଜୟନ୍ତୀ ସାହୁଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ବିଧାୟକଙ୍କ ପ୍ରତିନିଧି ମନୋରଞ୍ଜନ ଦାସଙ୍କ ସହଯୋଗରେ ଯୁବ ବିଜେପି ନେତା ଶାନ୍ତନୁ ଶ୍ରୀକାନ୍ତ ମହାନ୍ତି ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଥିଲେ। ବିଧାୟକ ଶ୍ରୀ ରାଉତ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବାବୁଭାଇ ଟିମ୍‌ର ସଦସ୍ୟମାନେ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ। ଏଥିରେ ୧୨ନଂ ୱାର୍ଡରେ ବହୁ ମହିଳା ଓ ଜନସାଧାରଣ ଉପସ୍ଥିତ ଥିଲେ।

ସେହିପରି ୧ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ମିହିର କୁମାର ରାଉତ, ୨ ନମ୍ବର ୱାର୍ଡରେ ମୋନାଲିସା ବେହେରା, ୨୬ ନମ୍ବର ୱାର୍ଡରେ ଭାରତୀ ସିଂ, ୧୯ ନମ୍ବର ୱାର୍ଡରେ ଗୀତାଞ୍ଜଳି ବେହେରା, ୯ ନମ୍ବର ୱାର୍ଡରେ ସୂର୍ଯ୍ୟକାନ୍ତି ଜେନାଙ୍କ ପାଇଁ ବିଧାୟକ ଶ୍ରୀ ରାଉତ ପ୍ରଚାର କରିଛନ୍ତି। ୱାର୍ଡର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ନିର୍ବାଚନୀ ସଭାରେ କର୍ପୋରେଟର ପାର୍ଥୀ ଓ ମେୟର ପାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ମୁକେଶ ପାଲ, ପର୍ଯ୍ୟବେକ୍ଷକ ବିଶ୍ୱରଞ୍ଜନ ମଲ୍ଲିକ, ବିଜେଡି ରାଜ୍ୟ ସମ୍ପାଦକ ସୁବାସ ପତ୍ର, ସନ୍ତୋଷ ନାଥ, ସୌଭାଗ୍ୟ ବାରିକ, ପ୍ରେମାନନ୍ଦ ଜେନା ଓ ଅବଧୂତ ସ୍ବାଇଁ ପ୍ରମୁଖ ବିଭିନ୍ନ ସଭାରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର