ବାରଙ୍ଗ: ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଗୋଡ଼ିସାହି ଫାଣ୍ଡି ଅଧୀନ ତଳଗଡ଼ ଗାଁରେ ଚୋର ଦଳ ଅକ୍ଷୟ ଦାଶଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି। ଦୁର୍ବୃତ୍ତମାନେ ଆଲ୍ମିରା ଭାଙ୍ଗି ସୁନାଗହଣା ସମତେ ନଗଦ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ ଆଜି ଫାଣ୍ଡିରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳ ବୁଲି ଯାଞ୍ଚ କରିଛି। କିନ୍ତୁ ଚୋର ଦଳ ବାବଦରେ କୌଣସି ଟେର୍ ପାଇନାହିଁ। ଘରେ ପରିବାର ଲୋକେ ଶୋଇଥିବା ଅବସ୍ଥାରେ ଏହି ଚୋରି ହୋଇଥିବାରୁ ଏହା ଏକ ଯୋଜନାବଦ୍ଧ କାଣ୍ଡ ବୋଲି ଅନୁମାନ କରାଯାଉଛି।
ଅକ୍ଷୟଙ୍କ ଅଭିଯୋଗ ମୁତାବକ ରାତିରେ ତାଙ୍କ ପରିବାର ଲୋକମାନେ ଚୋରି ହୋଇଥିବା ରୁମ୍କୁ ଛାଡ଼ି ଅନ୍ୟ ସବୁ ରୁମ୍ରେ ଶୋଇଥିଲେ। ସକାଳୁ ଉଠିବା ବେଳକୁ ଉକ୍ତ ରୁମ୍ର କବାଟ ମେଲା ଥିଲା ଓ ଭିତରେ ଆଲ୍ମିରା ଡୋର୍ ମଧ୍ୟ ମେଲା ଥିଲା। ଚୋରି ହୋଇଛି ବୋଲି ସନ୍ଦେହ କରି ପରିବାର ଲୋକେ ସେହି ଘର ଭିତରକୁ ଯାଇ ଆଲ୍ମିରା ତାଲା କଟାଯାଇଥିବା ଦେଖିଥିଲେ। ସେଥିରେ ଥିବା ନଗଦ ୬୦ ହଜାର ଟଙ୍କା, ଏକ ସୁନାଚେନ୍, ୪ ପଟ ସୁନା ଶଙ୍ଖା ଓ ସୁନା ମୁଦି ଚୋରି ହୋଇଯାଇଥିଲା। ସେହିଭଳି ଅନ୍ୟ ଏକ ରୁମ୍ରୁ ଏକ ମୋବାଇଲ୍ ଫୋନ୍, ୨ଟି ପିତ୍ତଳ ଗରା ଓ କିଛି ବାସନକୁସନ ମଧ୍ୟ ଚୋରି ହୋଇଥିବା ଜଣାପଡ଼ିଥିଲା। ଚୋରମାନେ ଛାତ ଉପର ଦେଇ ଘର ଭିତରକୁ ପଶିଥିବା ଅନୁମାନ କରାଯାଉଛି।
କଳାକନା ବୁଲାଇଦେଲେ ଚୋର, ସୁନାଗହଣା ଓ ୬୦ ହଜାର ଟଙ୍କା ଚୋରି
/sambad/media/post_attachments/wp-content/uploads/2021/02/10_02_2020-loot-on-bike_20017447.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)