ଭୁବନେଶ୍ବର: ଥାଇଲାଣ୍ଡ୍ ପର୍ଯ୍ୟଟନର ପ୍ରଚାର ଉଦ୍ଦେଶ୍ୟରେ ଥାଇଲାଣ୍ଡ୍ ପର୍ଯ୍ୟଟନ ପ୍ରାଧିକରଣ ପକ୍ଷରୁ ମେ’ ଫେୟାର ପରିସରରେ ଆମେଜିଂ ଥାଇଲାଣ୍ଡ ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିବାହ ଉତ୍ସବ, ଅନ୍ୟାନ୍ୟ ଉତ୍ସବ, ଫିଲ୍ମ ସୁଟିଂ, ମାଇସ୍ ପର୍ଯ୍ୟଟନ ଏବଂ ଅବସର ବିନୋଦନ କ୍ଷେତ୍ରରେ ଥାଇଲାଣ୍ଡକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ବେଳେ ଭାରତରୁ ୨୦୧୮ ଜାନୁଆରିରୁ ଅଗଷ୍ଟ ମଧ୍ୟରେ ୧.୪୮ ନିୟୁତ ପର୍ଯ୍ୟଟକଙ୍କ ଆଗମନ ହୋଇଛି। ଅର୍ଥାତ ଏଥିରେ ୧୩.୩୪ ପ୍ରତିଶତ ବୃଦ୍ଧି ପାଇଛି। ଏଥିସହ ୪୭ ହଜାର ୩୧୩ ନିୟୁତ ବାଟ୍ (ଥାଇଲାଣ୍ଡ ମୁଦ୍ରା) ରାଜସ୍ବ ଆୟ ହୋଇଛି ବୋଲି ମାର୍କେଟିଂ ଅଫିସର ବୈଶାଳୀ ଶର୍ମା କହିଛନ୍ତି। ତେଣୁ ଥାଇଲାଣ୍ଡ୍କୁ ପସନ୍ଦର ପର୍ଯ୍ୟଟନସ୍ଥଳୀ ଭାବେ ପ୍ରଚାର କରିବା ସହ ଭୁବନେଶ୍ବର, ରାୟପୁର, ରାଞ୍ଚି, ଅମୃତସର, ଲେକ୍ଷ୍ନୗକୁ ଗୁରୁତ୍ବ ଦିଆଯାଇଛି। ଏ ସହରଗୁଡ଼ିକୁ ଆକାଶପଥରେ ସଂଯୋଗ ହୋଇପାରିଛି। ପୁଣି ଆସନ୍ତା ଡିସେମ୍ବରରେ ବ୍ୟାଙ୍କକ୍କୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଏହା ଭାରତର ୨ଟାୟାର ଓ ୩ ଟାୟାର ସହର ସହ ଯୋଡ଼ି ହେବା ସହ ପର୍ଯ୍ୟଟକ ବୃଦ୍ଧିରେ ସହାୟକ ହେବ ବୋଲି ଥାଇଲାଣ୍ଡ ପର୍ଯ୍ୟଟନ ପ୍ରାଧିକରଣର ପ୍ରତିନିଧି କହିଛନ୍ତି। ଏଥିସହ ଆଗାମୀ ଦିନରେ ଅବସର ବିନୋଦନ, ପରିବାର ସହ ଛୁଟି କାଟିବା, ଗଲ୍ଫ ଟିପ୍ସ, ଲକ୍ଜରି ଗ୍ରୁପ୍, ମହିଳା, ବୟସ୍କ ଓ ଅବିବାହିତଙ୍କୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଟୁର୍ ପ୍ୟାକେଜ୍ କରାଯିବ ବୋଲି ସୂଚନା ଦିଆଯାଇଛି।
ଥାଇଲାଣ୍ଡ୍ ପର୍ଯ୍ୟଟନ ଆଣୁଛି ନୂଆ ଟୁର୍ ପ୍ୟାକେଜ୍
/sambad/media/post_attachments/wp-content/uploads/2018/09/2-Odisha-Tourism.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)