ଭୁବନେଶ୍ବର: ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ‘ଓଡ଼ିଶୀ ସଙ୍ଗୀତ ମହୋତ୍ସବ’ର ଆଜି ଥିଲା ତୃତୀୟ ଦିବସ। ଜୟଦେବ ଭବନରେ ଆୟୋଜିତ ମନୋରମ ସଂଧ୍ୟାରେ ପୂର୍ବ ଦିନ ଗୁଡ଼ିକ ପରି ସୁମଧୁର ସଙ୍ଗୀତରେ ପ୍ରେକ୍ଷାଳୟ ଭରି ଉଠିଥିଲା। ହେଲେ ଆଜି ସଂଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲା ‘ବୃନ୍ଦ ମର୍ଦ୍ଦଳ ବାଦନ’। ଗୁରୁ ସଚ୍ଚିଦାନନ୍ଦ ଦାସ ଓ ସାଥୀମାନେ ୧୧ ମାତ୍ରାରୁ ଆରମ୍ଭ କରି ୧୬ ମାତ୍ରା ଆଦିତାଳରେ ଉପସଂହାର କରିଥିଲେ। ଗୁରୁ ଅଚ୍ୟୁତ ମହାରଣା, ସୁରସରିତା ରାଉତ, ବସୁନ୍ଧରା ପରିଡ଼ା, ବିଜୟଲକ୍ଷ୍ମୀ ରାଉତରାୟ, ଜ୍ୟୋତିର୍ମୟୀ ନାୟକ ପ୍ରମୁଖ ଓଡ଼ିଶୀ ରାଗ ଗାୟନ କରିଥିଲେ।
ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ପୁତ୍ର ଗୁରୁ ଅରକ୍ଷିତ ଦାଶଙ୍କ ଆବାହକତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ସମ୍ମାନିତ ଅତିଥି ପିପିଏଲ୍ ସିଏସ୍ଆର୍ ମୁଖ୍ୟ ସୁଧୀର ରଂଜନ ମିଶ୍ର, ଓଏଚ୍ପିସିର ପରିଚାଳନା ନିର୍ଦ୍ଦେଶକ ସହଦେବ ଖଟୁଆ ପ୍ରମୁଖ ଯୋଗଦେଇ ଥିଲେ। ସଭାପତି କ୍ଷୀରୋଦ ପଟ୍ଟନାୟକ ଓ ସାଧାରଣ ସଂପାଦକ ଗୁରୁ ରାମହରି ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ। ଗୁରୁ ଧନେଶ୍ବର ସ୍ବାଇଁ, କାଳନ୍ଦି ପରିଡ଼ା, ଦିବାକର ପରିଡ଼ା, ବୁଦ୍ଧନାଥ ସ୍ବାଇଁ, ରୋହିତ ପ୍ରଧାନ, ସୌମ୍ୟରଂଜନ ନାୟକ, ନିରଞ୍ଜନ ପାତ୍ର, ଜଗନ୍ନାଥ କୁଅଁର, ସୁରେନ୍ଦ୍ର ମହାରଣା, ରାମଚନ୍ଦ୍ର ବେହେରା, ସୀତାକାନ୍ତ ଜେନା, ମୁରଲୀଧର ସ୍ବାଇଁ, ବିଜୟ ବାରିକ, ବିଭୂତି ଭୂଷଣ ବେଉରା, ନିରଞ୍ଜନ ସାହୁ, ମାନସ ଷଡ଼ଙ୍ଗୀ ଓ ଅରୂପ ଦାସ ପ୍ରମୁଖ ମର୍ଦ୍ଦଳ ବାଦନ କରିଥିଲେ।