ନାଗା ସାଧୁ ଉପରେ କିନ୍ନରଙ୍କ ଆକ୍ରମଣ

ଖଣ୍ଡଗିରି: ସ୍ଥାନୀୟ ଜୟଦେବ ବାଟିକା ରାସ୍ତାରେ ଜଣେ ନାଗା ସାଧୁଙ୍କୁ କିନ୍ନରମାନେ ନିର୍ଘାତ ପିଟିଛନ୍ତି। ଘଟଣାଟି ଗତକାଲି ଅପରାହ୍ଣରେ ଘଟିଛି। କିନ୍ନରମାନଙ୍କ ଏହି ଉନ୍ମତ୍ତକାଣ୍ଡର ଭିଡିଓ ଆଜି ରାଜଧାନୀରେ ଭାଇରାଲ ହେବା ପରେ କମିସନରେଟ୍‌ ପୁଲିସ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ କରାଯାଇଛି। ମାତ୍ର ନାଗାବାବାଙ୍କ ପକ୍ଷରୁ କୌଣସି ଏତଲା ହୋଇନଥିବାରୁ ପୁଲିସ ମାମଲା ରୁଜୁ କରିନଥିବା ଜଣାପଡ଼ିଛି। କିନ୍ତୁ ପୁଲିସ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ଖୋଳତାଡ଼ ଚଳାଇଥିିବା ସୂଚନା ମିଳିିଛିି।

ସୂଚନାନୁସାରେ, କିଛି ଦିନ ହେଲା, ଏହି ନାଗା ବାବାଜଣଙ୍କ ଉଦୟଗିରି ପାହାଡ଼ ପାଦଦେଶରେ ଥିବା ବଡ଼ ଆଶ୍ରମ ନିକଟରେ ଏକ ଅସ୍ଥାୟୀ ଆଶ୍ରମ କରି ରହୁଛନ୍ତି। ଗତକାଲି ଅପରାହ୍ଣ ପ୍ରାୟ ୪ଟା ବେଳେ ୧୦ରୁ ଅଧିକ କିନ୍ନର ହଠାତ୍‌ ତାଙ୍କ ଆଶ୍ରମରେ ପହଞ୍ଚି ଆକ୍ରମଣ କରିଥିଲେ। ବାବାଙ୍କୁ ତାଙ୍କ ପଲିଥିନ୍‌ ଆଶ୍ରମରୁ ରାସ୍ତା ଉପରକୁ ଘୋଷାରି ଆଣି ବିଧା ଗୋଇଠା ମାରି ଚାଲିିଥିଲେ। କିଏ ଚୁଟି ଧରିି ପିଟୁଥିଲା ତ କିଏ ଗୋଇଠା ମାରୁଥିଲା। ଏମିତିକି ବାବା ତଳେ ପଡ଼ିଯିିବା ପରେ ବି କିନ୍ନରମାନେ ତାଙ୍କୁ ମାରି ଚାଲିଥିଲେ। ଶେଷରେ ବାବା ବିକଳରେ ଦୌଡ଼ି ଦୌଡ଼ି ନିକଟସ୍ଥ ଏକ ଆଶ୍ରମରେ ପଶି ଯାଇଥିିଲେ। ଆଶ୍ରମର ଅନ୍ତେବାସୀମାନେ ବାବାଙ୍କ ପାଟି ଶୁଣି ଧାଇଁ ଆସିଥିଲେ। କିନ୍ତୁ କିନ୍ନରଙ୍କ ଭୟଙ୍କର ରୂପ ଦେଖି ସେମାନେ ପଛଘୁଞ୍ଚା ଦେଇଥିଲେ। ଉକ୍ତ ଆଶ୍ରମ ଭିତରେ ସମସ୍ତ ଅନ୍ତେବାସୀମାନଙ୍କ ସମ୍ମୁଖରେ କିନ୍ନରମାନେ ବାବାଙ୍କୁ ତଳେ ପକାଇ ମାରି ଚାଲିଥିଲେ। କିଛି ଦେଖଣାହାରୀଙ୍କ କହିବା କଥା ଯେ ନାଗା ବାବା ଜଣଙ୍କ ଲଙ୍ଗଳା ହୋଇଥିବାରୁ କିନ୍ନରମାନେ ତାଙ୍କୁ ମାଡ଼ ମାରୁଥିିବା କହୁଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସକୁ ଦେଖିବା ପରେ କିନ୍ନରମାନେ ଘଟଣାସ୍ଥଳରୁ ପଳାଇଥିଲେ। ପରେ ନାଗା ସାଧୁଙ୍କୁ ପୁଲିସ ଉକ୍ତ ବାବାଙ୍କୁ ନିଜ ଆଶ୍ରମରେ ଛାଡ଼ିଥିଲା। ତେବେ ଘଟଣାର ଭିଡିଓ ଆଜି ଭାଇରାଲ ହେବା ପରେ ପ୍ରକୃତ ଚିତ୍ର ଜଣାପଡ଼ିଥିିଲା। ଏ ନେଇ ଖଣ୍ଡଗିରି ଥାନା ଆଇଆଇସି ହିମାଂଶୁ ଭୂଷଣ ସ୍ୱାଇଁଙ୍କ କହିବା କଥା ନାଗା ସାଧୁଙ୍କୁ କିନ୍ନରମାନେ ଆକ୍ରମଣ କରୁଥିବା ନେଇ ଥାନାକୁ ଖବର ଆସିଥିଲା ଓ ତୁରନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। କିନ୍ତୁ ଜଣେ ସାଧୁଙ୍କୁ ଏଭଳି ଅମାନବିକଭାବେ ଆକ୍ରମଣ କରାଯାଇଛି ବୋଲି କେହି ବିି ପୁଲିସକୁ ସୂଚନା ଦେଇନଥିିଲେ। ଏମିତିକିି ନାଗା ସାଧୁ ଜଣଙ୍କ ମଧ୍ୟ ଭୟରେ ଅଭିଯୋଗ କରିନଥିଲେ।

ସମ୍ବନ୍ଧିତ ଖବର