ଏଥର ଦ୍ବୈତନଗରୀରେ ଗଣେଶ ପୂଜା ମେଳଣ: ମହାରାଷ୍ଟ୍ର ଶୈଳୀରେ ପାଳନ ହେବ

ଭୁବନେଶ୍ବର: ଚଳିତ ବର୍ଷ ମହାରାଷ୍ଟ୍ର ଶୈଳୀରେ ହେବ ଭୁବନେଶ୍ବର ଓ କଟକ ଗଣେଶ ପୂଜା ‌‌ମେଳଣ। ଭୁବନେଶ୍ବରର ବହୁ ପୂଜା କମିଟିର ମେଢ଼ ସହିଦନଗର ଦୁର୍ଗାପୂଜା ମଣ୍ଡପରେ ଏକାଠି ହୋଇ ମେଳଣରେ ଯିବେ। ସେହିପରି କଟକ ପୂଜା କମିଟିର ମେଢ଼ ବାଲିଯାତ୍ରା ପଡ଼ିଆରେ ଏକାଠି ହେବା ପ‌ରେ ଶୋଭାଯାତ୍ରାରେ ଯିବେ। କଟକ ମେଢ଼ ମେଳଣ ବେଳେ ଭୁବନେଶ୍ବର ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ ଓ ଭୁବନ‌େଶ୍ବର ମେଳଣ ବେଳେ କଟକ ପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ। ‌‌ଆଜି ଦ୍ବୈତନଗରୀ କଟକ ଭୁବନେଶ୍ବର ଗଣେଶ ପୂଜା କମିଟି ପକ୍ଷରୁ ସହିଦନଗର ଦୁର୍ଗାପୂଜା ମଣ୍ଡପରେ ବନ୍ଧୁ ମିଳନ ଓ ପସ୍ତୁତି ‌ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଆଜି ଏହି ବୈଠକରେ କମିଟିର ମୁଖ୍ୟ ପୃଷ୍ଠପୋଷକ ‘ସମ୍ବାଦ’ ସମ୍ପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ ସାମାଜିକ ଜୀବନରେ ସମସ୍ତେ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ହୋଇ ଭାଇଚାରା ବଢ଼ା‌ଇବା‌ ପର୍ବପର୍ବ‌ାଣୀଗୁଡ଼ିକର ଉଦ୍ଦେଶ୍ୟ। କଟକ ଓ ଭୁବନେଶ୍ୱରକୁ ଦୁଇଟି ନଗରୀ ଭାବେ ସବୁବେଳେ ଆମେ ଗ୍ରହଣ କରିଆସିଛେ। ଏବେ ଏହାକୁ ମିଶାଇବା ସମୟ ପହଞ୍ଚିସାରିଛି। ଗୋଟେ ମନରେ ଆମେ ଗଣେଶ ପୂଜା ପାଳନ କଲେ, ଭାଇଚାରା ବୃଦ୍ଧି ପାଇବ। ଆଗକୁ ଏଭଳି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଦୁଇ ମହାନଗରବାସୀଙ୍କୁ ଯୋଡ଼ିବାକୁ ହେବ‌। ଦୁଇ ମହାନଗରବାସୀମାନଙ୍କ ମଧ୍ୟରେ ଭା‌ବର ଆଦାନପ୍ରଦାନ ବଢ଼ାଇବାକୁ ପଡ଼ିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ପୂଜା କମିଟି ସଭା‌ପତି ସରୋଜ ସିଂହ କହିଛନ୍ତି, ଏଥର ଦ୍ବୈତନଗରୀର ଅଧିକ କ୍ଲବ୍‌କୁ ଯୋଡ଼ି ଅଧିକ ସରଗରମରେ ପାଳନ ହେବ ଗଣେଶ ପୂଜା। ଉଭୟ ସହରରେ ଗଣେଶ ମହୋତ୍ସବ ପାଳନ କରାଯାଇ ନୂତନ ପ୍ରତିଭାକୁ ଲୋକଲୋଚନକୁ ଅଣାଯିବା ସହ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଚଳିତବର୍ଷ କଟକ ଓ ଭୁବନେଶ୍ବରରେ ପ୍ରଶାସନର ସହଯୋଗରେ କିପରି ଧୁମ୍‌ଧାମରେ ପାଳନ ହେବା ସହ ସୁରକ୍ଷିତ ଓ ଶା‌ନ୍ତିଶୃଙ୍ଖଳାରେ ସମାପନ ହେବ ସେ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଆଜିର ଏହି ବୈଠକରେ ପୂଜା କମିଟି କାର୍ଯ୍ୟକ‌ାରୀ ସଭାପତି ଶରତ ଛୋଟରାୟ, ‌ସାଧାରଣ ସମ୍ପାଦକ ମନୋରଞ୍ଜନ ଦାଶ, ଜିଆଉଲ୍‌ ହକ୍, ଶୁଭ୍ରାଂଶୁ ପାଢ଼ୀ, ସରିତ ରଥ, ରାଜ କିଶୋର ଦାଶ, ଶୁଭେନ୍ଦ୍ର ହାତୀ, କିଶୋର ମଙ୍ଗରାଜ, ସଞ୍ଜୟ ଦାଶଙ୍କ ସମ‌େତ କଟକ ଭୁବନେଶ୍ବରର ବହୁ ପୂଜା କମିଟି ସଦସ୍ୟ ଉପସ୍ଥିତ ଥିଲେ। ଏକାଠି ଶାନ୍ତିଶୃଙ୍ଖଳ‌ାର ସହ ମିଳିତ ଭାବ‌େ ମେଳଣ କରିବାକୁ ବୈଠକରେ ସହମତି ପ୍ରକାଶ ପାଇଥିଲା। ସହିଦନଗର ପୂଜା କମିଟିର ସଭାପତି ହେମନ୍ତ ପରିଡ଼ା ଓ ସମ୍ପାଦକ ସଚ୍ଚିନନ୍ଦ ନାୟକ ବୈଠକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର