ବାଲୁଗାଁ: ସାରା ଭାରତରେ କରୋନା ପାଇଁ ଲକ୍ଡାଉନ୍ ଯୋଗୁଁ ଲୋକେ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ତେବେ ରାଜ୍ୟ ସରକାରଙ୍କ ଉଦ୍ୟମକ୍ରମେ ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା ଜାରି ରହିଛି। ଶନିବାର ଦିନ ମହରାଷ୍ଟ୍ରରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଓଡ଼ିଶା ଅଭିମୁଖେ ଯାତ୍ରା କରିଥିଲା। ଟ୍ରେନ୍ଟି ଖୋର୍ଦ୍ଧାରୋଡ୍ ଷ୍ଟେସନ୍ରେ ଅଟକିଥାନ୍ତା। ମାତ୍ର ବାଲୁଗାଁ ନିକଟସ୍ଥ ଚିଲିକା ଷ୍ଟେସନ୍ରେ ହଠାତ ଏହି ଟ୍ରେନ୍ଟି ଅଟକି ଯାଇଥିଲା। ଚେନ୍ ଟାଣି ଟ୍ରେନ୍କୁ ଅଟକାଇବା ପରେ ସେଥିରୁ ପ୍ରାୟ ୧ ହଜାରରୁ ଅଧିକ ପ୍ରବାସୀ ଓହ୍ଲାଇ ନିଜ ଗ୍ରାମ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଷ୍ଟେସନ୍ଠାରୁ ଅଳ୍ପ ଦୂରରେ ଥିବା ଫାଣ୍ଡିର କର୍ମଚାରୀମାନେ ଘଟଣାସ୍ଥଳରେ ନ ପହଞ୍ଚି ଚୁପ ରହି ଯାଇଥିଲେ। ପ୍ରବାସୀ ଓଡ଼ିଆମାନେ ମନଇଚ୍ଛା ନିଜ ଘରକୁ ଯିବାବେଳେ ସଙ୍ଗରୋଧ ଗୃହକୁ ଯିବାକୁ ଅଗ୍ରାହ୍ୟ କରି କେତେକ ଚାଲି ଚାଲି ଆସୁଥିବାବେଳେ କେତେକ ଅଟୋ ଦ୍ୱାରା ନିଜ ଗ୍ରାମକୁ ଯାଇଥିଲେ। ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।
ବାଲୁଗାଁ: ଚେନ୍ ଟାଣି ଟ୍ରେନ୍ରୁ ଓହ୍ଲାଇଗଲେ ହଜାରେ ପ୍ରବାସୀ
/sambad/media/post_attachments/wp-content/uploads/2020/05/train-times-of-india.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)