ଭୁବନେଶ୍ବର : ବିଏମ୍ସିର ୨୩ନମ୍ବର ଵାର୍ଡରେ ଜଣେ ବିଜେଡି କର୍ମୀଙ୍କୁ ବିଜେପି କର୍ପୋରେଟର୍ ପ୍ରାର୍ଥିନୀଙ୍କ ସ୍ବାମୀ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ କେନ୍ଦ୍ର କରି ଭରତପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ଅଭିଯୋଗକାରୀ ଫାଲଗୁନି ମହାରଣାଙ୍କୁ ଇଦିସ୍ ଭୂୟାଁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିଲେ। ବିଜେଡି ପାଇଁ କାମ କରୁଥିବା କହି ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିବା ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଅପରପକ୍ଷରେ ଇଦିସ୍ ଏହାକୁ ଖଣ୍ଡନ କରିଛନ୍ତି। ଇଦିସଙ୍କ କହିବାନୁଯାୟୀ, ସେ ଗତ ୪ଦିନ ହେବ ଓଡ଼ିଶାରେ ନାହାନ୍ତି। ବୁଲିବାକୁ ବାହାର ରାଜ୍ୟକୁ ଯାଇଛନ୍ତି। ରାଜନୈତିକ ଆକ୍ରୋଶ ରଖି ଶାସକ ଦଳର କର୍ମୀ ପ୍ରାୟୋଜିତ ଅଭିଯୋଗ ଆଣିଥିବା ସେ କହିଛନ୍ତି।
ବିଜେଡି କର୍ମୀଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ!
ରାଜନୈତିକ ଆକ୍ରୋଶ ରଖି ଅଭିଯୋଗ କରାଯାଇଛି: ଇଦିସ୍
/sambad/media/post_attachments/wp-content/uploads/2021/07/firing.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)