ଭୁବନେଶ୍ବର : ଇଲେକ୍ଟ୍ରି ତାର ଚୋରି କରି ଫେରାର୍ ବେଳେ ସହିଦନଗର ଥାନା ପୁଲିସ ୩ ଲୁଟେରାଙ୍କୁ କାବୁ କରିଛି। ସେମାନେ ହେଲେ, ନୟାଗଡ଼ ଇଟାମାଟି ଅଞ୍ଚଳର ସନ୍ତୋଷ କୁମାର ରାଉତ ଓରଫ ଦୀପୁ(୩୩), ଗଞ୍ଜାମ ପୁରୁଷୋତ୍ତମପୁର ଅଞ୍ଚଳର ସନ୍ତୋଷ ବେହେରା(୩୦) ଏବଂ ଭଦ୍ରକ ଧାମନଗର ଅଞ୍ଚଳର ବେଣୁଧର ଦାସ ଓରଫ ବେଣୁ(୪୮)। ପୁଲିସ ସେମାନଙ୍କଠାରୁ ଅଟୋ ସହ ସାଢ଼େ ୪ କୁଇଣ୍ଟାଲ ଜିଆଇ ତାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କାରୁ ଊର୍ଧ୍ବ ହେବ।
ସୂଚନା ମୁତବାକ, କିଛିଦିନ ହେବ ୩ଲୁଟେରା ପଳାସୁଣୀ କେନାଲ୍ ରୋଡ୍ରେ ଥିବା ଜିଆଇ ତାର ଉପରେ ନଜର ରଖିଥିଲେ। ରବିବାର ବିଳମ୍ବିତ ରାତିରେ ସେମାନେ କଟରରେ ତାରକୁ କାଟି ଅଟୋରେ ଲୋଡ୍ କରିଥିଲେ। ଏହାପରେ ତାରନେଇ ୟୁନିଟ୍-୯ ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ଦେବାକୁ ଯାଉଥିଲେ। ତେବେ ବିଳମ୍ବିତ ରାତିରେ ପୁଲିସ ରୁପାଲି ଛକଠାରେ ଚେକିଂ କରୁଥିବା ବେଳେ ଅଟୋକୁ ଦେଖି ସନ୍ଦେହ କରିଥିଲା। ଅଟୋକୁ ଅଟକାଇ ପଚରା ଉଚରା ବେଳେ କାହା କଥା କାହା ସହ ତାଳମେଳ ଖାଇନଥିଲା। ଗାଡ଼ିକୁ ଜବତ କରି ଥାନାକୁ ଆଣି ପଚରା ଉଚରାଉଚରା ବେଳେ ଲୁଟେରା ସବୁ ସତ ମାନିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ୩ଜଣଙ୍କୁ କୋର୍ଟ ଚାଲାଣ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/arrest-ff.jpg)