ପତ୍ନୀଙ୍କୁ ଅଶ୍ଳୀଳ ଇଙ୍ଗିତକୁ ବିରୋଧ କରିବାରୁ ମାଡ଼, ତିନିଭାଇ ଗିରଫ

ଭୁବନେଶ୍ୱର: ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ୍‌ ୩ ଭାଇଙ୍କୁ ଗିରଫ କରିଛି। ସେମାନେ ହେଲେ, ଚକେଇସିଆଣିରେ ରହୁଥିବା ଅନୁଗୁଳ ଜିଲ୍ଲା ବଲଣ୍ଡାର ରଘୁ ଗଡ଼ନାୟକ, ସାଗର ଗଡ଼ନାୟକ ଓ ରମେଶ ଗଡ଼ନାୟକ। ତେବେ ରମେଶଙ୍କୁ ପୁଲିସ ନୋଟିସ୍‌ ଦେଇ ଛାଡ଼ି ଦେଇଛି। ପୁଲିସ୍‌ ସୂଚନାନୁସାରେ, ଦୁଇ ଦିନ ତଳେ ଏହି ୩ ଭାଇ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ରାସ୍ତା ଉପରେ ଅଶ୍ଳୀଳ ଆଚରଣ କରିଥିଲେ। ଏହା ଦେଖି ମହିଳାଙ୍କ ସ୍ବାମୀ ପ୍ରତିବାଦ କରିବାରୁ ୩ ଭାଇ ମିଳିତ ଭାବେ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏକ କାଠଫାଳିଆରେ ଆକ୍ରମଣ କରିବାରୁ ମହିଳାଙ୍କ ସ୍ବାମୀଙ୍କ ମୁଣ୍ଡ ଫାଟି ଯାଇଥିଲା। ଏ ସଂପର୍କରେ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହେବାରୁ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର