ଭୁବନେଶ୍ବର : ୩୧୬ ନମ୍ବର ଜାତୀୟ ରାଜପଥ, ପୁରୀ ବାଇପାସ୍ ରାସ୍ତାର କେଶୁରା ନିକଟରେ ରବିବାର ଦିନ ଗାଡ଼ି ଧକ୍କାରେ ୩ ମଇଁଷିଙ୍କ ମୃତ୍ୟୁ ହୋଇଛି। ରବିବାର ସକାଳୁ ସକାଳୁ ମଇଁଷିଗୁଡ଼ିକ ରାଜପଥ ଉପରେ ବିକ୍ଷିପ୍ତ ଭାବେ ମରି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କୌଣସି ଭାରୀଯାନ ଧକ୍କାରେ ଏମାନଙ୍କ ମୃତ୍ୟୁ ହୋଇଛି।
/sambad/media/post_attachments/wp-content/uploads/2022/05/bu-300x181.jpg)
ସୂଚନାନୁଯାୟୀ, ଜାତୀୟ ରାଜପଥରେ ଶତାଧିକ ଗୋରୁ ବୁଲାବୁଲି କରୁଛନ୍ତି। ରାସ୍ତାର ମଝି ଡିଭାଇଡର୍ରେ ଲାଗିଥିବା ଗଛ ପତ୍ର ଖାଇବା ସହ ହଠାତ୍ ଗାଡ଼ି ଆଗକୁ ଚାଲି ଆସୁଛନ୍ତି। ଫଳରେ ବିଭିନ୍ନ ସମୟରେ ଏଭଳି ଅଘଟଣ ଘଟୁଛି। କେତେବେଳେ ଗାଡ଼ି ଚାଳକ ମୃତାହତ ହେଉଛନ୍ତି ତ କେତେବେଳେ ଗୋରୁଗାଈ ମରୁଛନ୍ତି। ଏ ସଂପର୍କରେ ବିଏମ୍ସି ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/buffalo.jpg)