ଖେଳ ଦେଖି ଫେରୁଥିବା ବେଳେ ତେଲ ଟ୍ୟାଙ୍କର୍‌କୁ ପିଟିଲା କାର୍‌, ୩ ଆହତ

ଭୁବନେଶ୍ବର : ରବିବାର ବିଳମ୍ବିତ ରାତିରେ ଚକେଇସିହାଣି ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଖରାପ ହୋଇ ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ଏକ ତେଲ ଟ୍ୟାଙ୍କର୍‌କୁ ପଛରୁ ଏକ କାର୍(ଓଡି ୦୨ଏଜେଡ୍ ୫୭୯୭) ଧକ୍କା ଦେଇଛି। ଦୁର୍ଘଟଣାରେ କାର୍‌ଟି ଓଲଟି ପଡ଼ିଥିଲା। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଗାଡ଼ି ଭିତରୁ ୩ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ‌ରେ ଭର୍ତ୍ତି କରାଇଛି। ସେମାନେ ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଭାରତ ବନାମ ଦ. ଆଫ୍ରିକା ମ୍ୟାଚ୍ ଦେଖି ସାରି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା।

ସମ୍ବନ୍ଧିତ ଖବର