ଭୁବନେଶ୍ବର: ଜଣେ ନର୍ସ ନିଜ ଛୋଟଛୁଆକୁ ଘରେ ଛାଡ଼ି ଡାକ୍ତରଖାନାରେ କରୋନା ରୋଗୀଙ୍କ ସେବା କରୁଥାଏ। ଚାହିଁଲେ ବି ନିଜ ଛୁଆକୁ ସେ କୋଳେଇ ପାରେନି କି କ୍ଷୀର ଟିକେ ଦେଇପାରେନି। ଅପରପକ୍ଷରେ ମାତୃବତ୍ସଳତାର ସ୍ନେହରେ କରୋନା ସଂକ୍ରମିତଙ୍କୁ ନର୍ସ ଜଣକ ସେବା କରୁଥାଏ। ଏଭଳି ଏକ ନିଆରା କରୋନା ଯୋଦ୍ଧାର କାହାଣୀକୁ ନେଇ ଗଜେନ୍ଦ୍ର କୁମାର ପାଢ଼ୀଙ୍କ ଦ୍ବାରା ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଵାରିୟର୍ସ ଵାର୍ ଵିଦିନ୍’ ବିଭିନ୍ନ ଦେଶର ଚଳଚ୍ଚିତ୍ର ମହୋତ୍ସବରେ ଭାଗ ନେଇ ଆମେରିକାର ଲସ୍ ଆଞ୍ଜେଲସ୍, ଭୂଟାନ ଓ ସିଙ୍ଗାପୁରରେ ପୁରସ୍କୃତ ହୋଇଛି। ଏହା ସହିତ ଆମେରିକାର ନ୍ୟୁୟର୍କ ଫାଇନାଲ୍ରେ ପହଞ୍ଚି ସାରିଥିବା ବେଳେ ତୁର୍କୀର ଗୋଲଡେନ୍ ବ୍ରିଜ୍ ଇସ୍ତାନବୁଲ୍ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଓ ଆନାଟୋଲିଆ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ ପାଇଁ ମନୋନୀତ ହୋଇଛି। ୧୨ ମିନିଟ୍ ୨୨ ସେକେଣ୍ଡ୍ର ଏହି ଚଳଚ୍ଚିତ୍ରକୁ କରିବା ପାଇଁ ଶ୍ରୀ ପାଢ଼ୀ କରୋନା ନିୟମାବଳୀ ମାନି ମାତ୍ର ଗୋଟିଏ ଦିନରେ ସୁଟିଂ ସାରିଥିଲେ। ଚଳଚ୍ଚିତ୍ରର ଶୀର୍ଷକ ଓ କ୍ୟାଚ୍ ଲାଇନ୍ ପାଇଁ ଅନୀଲ ଭଟ୍ଟ, ଏଡିଟିଙ୍ଗ୍ ଓ ମ୍ୟୁଜିକ୍ ପାଇଁ ଅମ୍ବିକେଶ କୁନାଲ ହୋତା, କ୍ୟାମେରା ଓ ଲାଇଟ୍ ପାଇଁ ଗଗନ କୁମାର ରାଉତ, ମୁଖ୍ୟ ନାରୀ ଚରିତ୍ରରେ ଅଭିନୟ କରିଥିବା ଗାୟତ୍ରୀ ରଥ, ସହନିର୍ଦ୍ଦେଶକ ଯାମିନୀକାନ୍ତ ଦାସ, ସହଯୋଗୀ ପ୍ରଯୋଜନାରେ ଅଙ୍କିତ ପାଢ଼ୀ ପ୍ରମୁଖଙ୍କ ଅବଦାନ ପାଇଁ ଏହା ସଫଳତା ପାଇଥିବା ଶ୍ରୀ ପାଢ଼ୀ କହିଛନ୍ତି। କୋଭିଡ୍ ସମୟରେ ନିଜର ନର୍ସିଂହୋମ୍ ବ୍ୟବହାର ପାଇଁ ସହଯୋଗ କରିଥିବାରୁ ଡା. ଆନନ୍ଦ କୁମାର ତ୍ରିପାଠୀଙ୍କୁ ମଧ୍ୟ ସେ ଅଶେଷ ଧନ୍ୟବାଦ ଜଣାଇଛନ୍ତି।
ୱାରିୟର୍ସ ୱାର୍ ୱିଦିନ୍କୁ ତିନି ଆନ୍ତର୍ଜାତିକ ପୁରସ୍କାର
/sambad/media/post_attachments/wp-content/uploads/2020/11/୍ି787ି୍ି798ମ7ି98୍ମ798ମ୍ମ୍ିମ୍ି.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)