ରାଜଧାନୀରେ ଖୋଲିଲା ତିନି ‘କେନୋ’ ଷ୍ଟୋର୍‌

ଭୁବନେଶ୍ବର: ଆଦ୍ୟା ନାବ୍ୟା ସିଷ୍ଟରସ୍ କମ୍ପାନି ତରଫରୁ ଓଡ଼ିଶାରେ ପ୍ରଥମ କରି ଭୁବନେଶ୍ବରଠାରେ ଏକ ସଙ୍ଗରେ ତିନୋଟି କେ‌ନୋ ଷ୍ଟୋର ଉଦ୍‌ଘାଟିତ ହୋଇଛି। ରବି ଟକିଜ ଛକ, ପୁରୁଣା ଭୁବନେଶ୍ବରର ରଥରୋଡ ତିନି ମୁଣ୍ଡିଆ ଛକ ଓ ବାପୁଜୀନଗର ଠାରେ ଏହି ତିନୋଟି ଷ୍ଟୋର କମ୍ପାନି ତରଫରୁ ଖୋଲାଯାଇଛି। ଆଜି ପ୍ରଥମ ଦିନରେ କମ୍ପାନି ତରଫରୁ ପ୍ରତି ଷ୍ଟୋରର ପ୍ରଥମ ୧୦୦ ଜଣ ଗ୍ରାହକଙ୍କୁ ମାଗଣାରେ କେନୋ ସ୍ପେସାଲ୍ ଆଖୁ ରସ ପିଇବାକୁ ଦିଆଯାଇଥିଲା। ଖରା ଦିନକୁ ଦୃଷ୍ଟିରେ ରଖି ‌ଷ୍ଟୋରମାନଙ୍କରେ କେନୋ ‌ସ୍ପେସାଲ ଓ ଶୁଦ୍ଧ ଆଖୁରସ ସୁଲଭ ମୂଲ୍ୟରେ ଉପଲବ୍ଧ କରାଯାଇଛି।

ଶୁଦ୍ଧତା ସହ ସ୍ବାସ୍ଥ୍ୟକର ପରିବେଶକୁ ଦୃଷ୍ଟିରେ ରଖି ଖୋଲିଥିବା ଏହି‌ ଷ୍ଟୋର ଗୁଡ଼ିକରେ ଆଖୁ ରସ ସହ ଲସି, ମିଲ୍‌କ ସେକ୍‌ ଆଖୁ ରସ, କୁକିଜ୍, ସ୍ନ‌ାକ୍ସ ସମେତ ବହୁ ପ୍ରକାର ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେଉଛି। ଆଜିର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ କମ୍ପାନି ନିର୍ଦ୍ଦେଶକ ରବି ନାରାୟଣ ସାହୁ ଓ ଅସିତ କୁମାର ସାହୁ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଫ୍ରାଞ୍ଚାଇଜି ଶୁଭସ୍ମିତା ସାହୁ, ବରିଷ୍ଠ ଶିକ୍ଷକ ମହେଶ୍ବର ସାହୁ, ସନ୍ଧ୍ୟାରାଣୀ ସାହୁ, ପ୍ରଣତି ସାହୁ, ବ୍ୟ‌ାଙ୍କ ଅଫ ବରୋଦ‌ାର ପରିଚାଳକ ବିଶ୍ବଭୂଷଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର