ଝାରପଡ଼ାରୁ ୩ ପେଚା ଉଦ୍ଧାର

ଭୁବନେଶ୍ୱର: ଝାରପଡ଼ା ରାମଲିଳା ମନ୍ଦିର ପରିସରରୁ ଆଜି ୩ଟି ପେଚା ଛୁଆ ଉଦ୍ଧାର କରାଯାଇଛି। ଛୁଆଗୁଡ଼ିକ କିଛି ଦିନ ହେବ ମନ୍ଦିର ଭିତରେ ଥିବା ଗଛରେ ରହୁଥିଲେ। ଆଜି ସକାଳୁ ୩ଟି ଯାକ ଛୁଆ ଗଛ ତଳେ ପଡ଼ିଥିବା ଝାରପଡ଼ା ଗ୍ରାମର ସୁରେଶ ବେହେରା ଦେଖିବା ପରେ ବନ ବିଭାଗର ହେଲ୍‌ପ ଲାଇନ୍‌କୁ ଫୋନ୍‌ କରି ଖବର ଦେଇଥିଲେ। ରସୁଲଗଡ଼ସ୍ଥିତ ବନ ବିଭାଗ ଅଧିକାରୀ ପହଞ୍ଚିବା ପର୍ଯ୍ୟନ୍ତ ଶ୍ରୀ ବେହେରା ସେମିତି ଛୁଆଗୁଡ଼ିକୁ ଜଗି ରହିଥିଲେ। ବନ ବିଭାଗ ଅଧିକାରୀ ସୁରେଶ କୁମାର ଜେନା ପହଞ୍ଚିବା ପରେ ତାଙ୍କୁ ପେଚାଗୁଡ଼ିକ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର