ଚନ୍ଦ୍ରଶେଖରପୁର: ଜୟଦେବବିହାରସ୍ଥିତ ପାଲ୍ ହାଇଟ୍ସ ସମ୍ମୁଖ ରିଲାଏନ୍ସ ଫୁଟ୍ପ୍ରିଣ୍ଟ୍ ପାଖରେ ଥିବା ତିନିଟି ଦୋକାନ ଆଜି ବିଳମ୍ବିତ ରାତିରେ ନିଆଁ ଲାଗି ଜଳି ଯାଇଛି। ଅଜୁ ନାମକ ଜଣେ ବ୍ୟବସାୟୀଙ୍କର ଏକ ଫାଷ୍ଟ୍ଫୁଡ୍ ଦୋକାନ ଏହି ଅଗ୍ନିକାଣ୍ଡରେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହା ସହିତ ଏହି ଦୋକାନ ପାଖରେ ଥିବା ଗୋଟିଏ ମୋବାଇଲ୍ ଦୋକାନ ଓ ଏକ ଓପୋଲଫେଡ୍ ମଧ୍ୟ ଜଳି ଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିଲେ ସୁଦ୍ଧା ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି। ରାତି ପ୍ରାୟ ସାଢ଼େ ଏଗାରଟା ସମୟରେ ଏପରି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ବେଳେ ଦୋକାନ ଖୋଲା ଥିଲା। ଚାହୁଁ ଚାହୁଁ ନିଆଁ ବ୍ୟାପୀ ଯାଇଥିଲା। ସଙ୍ଗେ ସଙ୍ଗେ ଅଗ୍ନିଶମ କେନ୍ଦ୍ରକୁ ଖବର ଦିଆଯାଇଥିଲେ ସୁଦ୍ଧା ଦମକଳ ଗାଡ଼ି ବିଳମ୍ବରେ ଆସିଥିବା ଅଭିଯୋଗ ହୋଇଛି। ମାତ୍ର ବିଦ୍ୟୁତ ସର୍ଟସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ସୂଚନା ମିଳିବାରୁ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁଲିଭା କାର୍ଯ୍ୟ ବିଳମ୍ବ ହୋଇଥିଲା। ଏଥିଯୋଗୁଁ ଘଟଣାସ୍ଥଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣକୁ ଆଣିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲିଥିଲା। ସୂଚନାଯୋଗ୍ୟ ଯେ, ଜୁଲାଇ ମାସରେ ନିକଟରେ ଥିବା ସ୍ପୋର୍ଟସ ଏମ୍ପୋରିୟମ୍ରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା।
ଜଳିଗଲା ତିନି ଦୋକାନ:ବିଳମ୍ବରେ ଦମକଳ ଆସିବାରୁ ଉତ୍ତେଜନା
/sambad/media/post_attachments/wp-content/uploads/2017/10/madhu-fire.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)