୪ଘଣ୍ଟା ଆଣ୍ଠେଇ ନାବାଳକର ଭିଡିଓ କରିଥିଲେ
ଜରିମାନା ନ ଦେଲେ ଭାଇରାଲ୍ କରିବାକୁ ଧମକ ଦେଇଥିଲେ
ଭୁବନେଶ୍ବର : ଗତ ୨୨ତାରିଖ ସାଲିଆସାହି ଏକାମ୍ରବିହାର ବସ୍ତିରେ ନାବାଳକ ଓ ତାଙ୍କ ମା’ଙ୍କୁ ନିର୍ଯାତନା ଦେବା ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। କଙ୍ଗାରୁ କୋର୍ଟ କରିଥିବା ୩ ଅଭିଯୁକ୍ତ ମହିଳା ନାବାଳକକୁ ସର୍ବସମ୍ମୁଖରେ ଛକ ମୁଣ୍ଡରେ ଆଣ୍ଠେଇଦେବା ପରେ ନିର୍ଯାତନାର ଦୃଶ୍ୟକୁ କଏଦ କରିଥିଲେ। ସେମାନେ ନାବାଳକର ସହପାଠୀଙ୍କୁ ଡାକି ଏହି ଭିଡିଓ କରାଇଥିଲେ। ଏପରିକି ୫୫୫୧ଟଙ୍କା ଜରିମାନା ନଦେଲେ ଏହି ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିବାର ଧମକ ମଧ୍ୟ ଦେଇଥିଲେ। କଙ୍ଗାରୁ କୋର୍ଟ ଦ୍ବାରା ବସ୍ତି ଲୋକଙ୍କ ମନରେ କିଭଳି ଭୟ ବଜାୟ ରହିବ ତାକୁ ପ୍ରାଥମିକତା ଦିଆଯାଇଥିଲା। ପୁଲିସ ଏବେ ଏହି ଭିଡିଓକୁ ଖୋଜିବାରେ ଲାଗିଛି ଏବଂ ଏହାକୁ ଆଧାର କରି ପୁଣି ମାମଲା ରୁଜୁ କରିବାକୁ ଯୋଜନା କରିଛି।
ତେବେ ଗତକାଲି ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ, ସାହିର ମହିଳା ସଂଗଠନ ପକ୍ଷରୁ କୋର୍ଟରେ ସମାଧାନପତ୍ର ଲେଖାଇ ଜାମିନରେ ମୁକୁଳି ଯାଇଥିଲେ। ନିର୍ଯାତନାର ଶିକାର ହୋଇଥିବା ମା’ ଓ ପୁଅକୁ ଡରାଇ ଧମକାଇ ଆଗକୁ ବସ୍ତିରୁ ବିତାଡ଼ିତ କରିବାର ଧମକ ଦେବାରୁ ଭୟରେ ମା’ ଓ ପୁଅ ଝାମେଲାରୁ ଦୂରେଇ ଆପୋସ ସମାଧାନର ରାସ୍ତା ଆପଣାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/m9-2.jpg)