ବିଳମ୍ବିତ ରାତିରେ ଦୁର୍ଘଟଣା, ୩ ଯୁବତୀ ଆହତ

ଭୁବନେଶ୍ବର : ନୂଆପଲ୍ଲୀ ପ୍ରେସିଡେନ୍ସି ହୋଟେଲ ସମ୍ମୁଖରେ ରବିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ଏକ କାରକୁ ଟ୍ରକ୍ ସାମ୍ନା ପଟୁ ଆସି ଧକ୍କା ଦେବା ସହ ୩୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇ ଇଲେକ୍ଟ୍ରି ପୋଲରେ ପିଟିଛି। ଦୁର୍ଘଟଣାରେ କାର୍‌ରେ ଥିବା ୩ ଜଣ ଯୁବତୀ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା ଘଟାଇ ଟ୍ରକ୍ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର