‘ଥ୍ରୁ ରେନ୍‌ସ ଆଣ୍ଡ ସନ୍‌ସାଇନ୍’ ଉନ୍ମୋଚିତ

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ପ୍ରଦୀପ କୁମାର ରଥଙ୍କ ଆତ୍ମଜୀବନୀ ‘ଥ୍ରୁ ରେନ୍‌ସ ଆଣ୍ଡ ସନ୍‌ସାଇନ୍-ଷ୍ଟୋରି ଅଫ୍ ଏ ସିଭିଲ ସର୍ଭାଣ୍ଟ’କୁ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉନ୍ମୋଚନ କରିଛନ୍ତି। ରାଜଭବନରେ ପୁସ୍ତକକୁ ଉନ୍ମୋଚନ କରି ରାଜ୍ୟପାଳ ଲେଖକଙ୍କ ଦୀର୍ଘ ସାରସ୍ବତ ଯାତ୍ରା କାମନା କରିବା ସହିତ ଶ୍ରୀ ରଥ ପୁସ୍ତକରେ ଲେଖିଥିବା ତାଙ୍କ ଅନୁଭୂତି ଓ ଉପଲବ୍ଧି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ।

ଏହି ଉନ୍ମୋଚନ ଉତ୍ସବରେ ଲେଖକଙ୍କ ପତ୍ନୀ ପ୍ରତିମା ମିଶ୍ର, ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ନାରାୟଣ ପଟ୍ଟନାୟକ, କବି ରକ୍ଷକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର